ରାଜ୍ୟ

ଅନ୍ତିମ ପର୍ଯ୍ଯାୟରେ ହକି ମହାକୁମ୍ଭର ପ୍ରସ୍ତୁତି, ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ, ବଡ ମେଡିକାଲ ମଧ୍ୟ ପ୍ରସ୍ତୁତ

କଟକ(କେନ୍ୟୁଜ) : ଅନ୍ତିମ ପର୍ଯ୍ଯାୟରେ ପହଂଚିଲାଣି ପ୍ରସ୍ତୁତି। ଆଉ ମାତ୍ର କିଛି ଘଣ୍ଟାର ବ୍ୟବଧାନ । ହକି ମହାକୁମ୍ଭର ଉଦଘାଟନୀ ସମାରୋହ ପାଇଁ ପୁରା ପ୍ରସ୍ତୁତ କଟକର ବାରବାଟୀ ଷ୍ଟାଡିୟମ ନାମିଦାମୀ ବଲିଉଡ଼ କଳାକାରମାନଙ୍କର ପରିବେଷଣରେ ଦୁଲୁକିବ ବାରବାଟୀ ମଞ୍ଚ। ପୁରା ସହରରେ ଏଥିପାଇଁ ଉତ୍ସବର ମାହୋଲ।

ଆଜି ସନ୍ଧ୍ୟ୍ରାରେ କଟକ କନ୍ଦରପୁରଠାରୁ ହକି ବିଶ୍ୱକପ ଟ୍ରଫିକୁ ସ୍‌ୱାଗତ କରିବ କଟକ ଜିଲ୍ଲା ପ୍ରଶାସନ। ଟ୍ରଫିକୁ ଅଣାଯାଇ ରାତିରେ କଡା ସୁରକ୍ଷା ଭିତରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରଖାଯିବ। ଆସନ୍ତାକାଲି ସକାଳୁ ସକାଳୁ ତଳ ବାଲିଯାତ୍ରା ପଡ଼ିଆର କଟକ ଇନ କଟକ ପରିସର ଭିତରୁ ହକି ବିଶ୍ୱକପକୁ ଫ୍ଲାଗ ଅଫ କରାଯିବ। ଏହା ପରେ ସହର ପରିକ୍ରମା କରିବ ଟ୍ରଫି।

ତଳ ବାଲିଯାତ୍ରାରୁ ବିଶ୍ୱକପ ବାହାରି ଷ୍ଟାଡିୟମ ଦେଇ କ୍ଯାମବ୍ରିଜ ସ୍କୁଲ, ଚଣ୍ଡୀ ମନ୍ଦିର, ଶୈଳବାଳା ମହିଳା ମହାବିଦ୍ୟାଳୟ, ସମାଜ ଅଫିସ, ବକ୍ସି ବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୌଧୁରୀ ବଜାର, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ, ରେଭେନ୍ସା କଲିଜିଏଟ ସ୍କୁଲ, ବେଲଭ୍ଯୁ ଛକ, ସିଡିଏ ସେକ୍ଟର ୯ ଶିଶୁ ମନ୍ଦିର,, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଙ୍ଗଳାବାଗ, ମାତା ମଠ ଦେଇ ପୁଣି କଟକ ଇନ କଟକରେ ପହଂଚିବ କପ। ।

ଉଦଘାଟନୀ ଉତ୍ସବ ପାଇଁ କଟକ scb ବଡ଼ ମେଡ଼ିକାଲ ପ୍ରସ୍ତୁତ

ଆସନ୍ତା କାଲି ବାରବାଟୀରେ ହେବାକୁ ଥିବା ହକି ବିଶ୍ବକପ ମେଗା ଉଦଘାଟନୀ ଉତ୍ସବ ପାଇଁ କଟକ scb ବଡ଼ ମେଡ଼ିକାଲ ପ୍ରସ୍ତୁତ। ଗୋଟିଏ als ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି। ଏହି ଆମ୍ବୁଲାନ୍ସ ସକାଳ 7 ଟା ରୁ ସନ୍ଧ୍ୟା7 ଟା ଯାଏ ରହିବ ଷ୍ଟାଡିୟମ ରେ। ଏହି ଆମ୍ବୁଲାନ୍ସ ରେ 2 ଜଣ ହେଲ୍ପର, ଜଣେ ଆନେଥେସିଆ ଡାକ୍ତର,ଜଣେ ଫାର୍ମାସିଷ୍ଟ, ରହିବେ। ଏହା ଛଡା scb ମେଡ଼ିକାଲ ରେ ଏକ ଟିମ ପ୍ରସ୍ତୁତ ରଖାଯାଇଛି। ଏହି ଟିମ ରେ ରେ କଡ଼ିଓ ଲୋଜିଷ୍ଟ, ଆନେଥେସିଆ, ମେଡ଼ିସିନ, ଅର୍ଥ ପ୍ରେଡିସିଆନ, ସର୍ଜନ,ର ଡାକ୍ତର କଜୁଆଲଟି ରେ ସମସ୍ତେ ରହିବେ।

କଜୁଆଲଟି ର ଟ୍ରମା icu ରେ 10 ଟି ବେଡ଼ ପ୍ରସ୍ତୁତ ରଖାଯାଇଛି ଓ 50 ଟି ଜେନେରାଲ ବେଡ ଆଖି ବିଭାଗ ର ତୃତୀୟ ମହଲା ରେ ପ୍ରସ୍ତୁତ କରି ରଖାଯାଇଛି।scb ବଡ଼ ମେଡ଼ିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।ସୂଚନା ଦେଲେ scb ବଡ଼ ମେଡ଼ିକାଲ ର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।

Niharanjan

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

30 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

53 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago