ଇଣ୍ଡିଆ-ସାଉଥ ଆଫ୍ରିକା ମୁକାବିଲା ପାଇଁ ଶେଷ ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତି, ନୂଆ ଲୁକ୍ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ
କଟକ(କେନ୍ୟୁଜ୍): ବାରବାଟୀ T20କୁ ଆଉ ୫ ଦିନ । ଇଣ୍ଡିଆ-ସାଉଥ ଆଫ୍ରିକା ମୁକାବିଲା ପାଇଁ ଷ୍ଟାଡିୟମ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ ।
ସେପଟେ ପିଚ୍ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର । ସର୍ବଦା ବ୍ୟାଟିଂ ପିଚ୍ ରହି ଆସିଥିବା ବାରବାଟୀକୁ ଏଥର ମଧ୍ୟ ପ୍ରସ୍ତୁତି କରାଯାଇଛି । ଚଳିତ T20ରେ ଧୁମ୍ ରନ୍ ବର୍ଷା ହେବ । ଦର୍ଶକ ଖୁବ୍ ମନୋଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି ।