ବରଗଡ଼ ବନାବିରା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ , ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସ୍‌ଡିପିଓଙ୍କ ସୂଚନା

ବରଗଡ଼(କେନ୍ୟୁଜ୍) : ବରଗଡ଼ ବନାବିରା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ବଣ୍ଟି ଓରଫ ଆୟୁଷ୍ମାନ ପୁରୋହିତଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା। ସମ୍ବଲପୁର ସହରରୁ ତାକୁ ଗିରଫ କରାଯାଇଛି। ବିଜେପୁର ଉପନିର୍ବାଚନ ସମୟରେ ବନାବିରାଠାରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଦିଲେଶ୍ୱର ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ୧୦ଜଣଙ୍କୁ ପୋଲିସ ଗିରଫ କରିଥିଲା। ପରେ ଜୟନାରାୟଣ ମିଶ୍ରଙ୍କ ସମେତ ସାତ ଜଣଙ୍କୁ ଜାମିନ୍‌ ମିଳିଥିଲା। ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାରେ ଏବେବି ଆଉ ତିନି ଜଣ ଫେରାର ରହିଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପଦ୍ମପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।