ଧନୁଯାତ୍ରା ବେଳେ ଜଘନ୍ୟ କାଣ୍ଡ : ଦୁଷ୍କର୍ମ ପରେ ଜଙ୍ଗଲରେ ଫିଙ୍ଗିଦେଲେ, ୨ ଦିନ ପରେ ବି ପୋଲିସ ହାତ ଖାଲି

ବରଗଡ଼ : ଦୁଷ୍କର୍ମ ପରେ ଜଙ୍ଗଲରେ ଫିଙ୍ଗିଦେଲେ । ଧନୁଯାତ୍ରା ବେଳେ ଜଘନ୍ୟ କାଣ୍ଡ । ଘଟଣାର ଦୁଇ ଦିନ ପରେ ବି ପୋଲିସ ହାତ ଖାଲି । ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ପରିବାର ଲୋକ । ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୋଲିସର ୫ଟି ଟିମ୍ ଚଢାଉ ଜାରି ରଖିଛନ୍ତି । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ମାଷ୍ଟରମାଇଣ୍ଡ ଫେରାର ଅଛି ।
ସେପଟେ ବୁର୍ଲା ମେଡିକାଲେର ଚିକିତ୍ସିତ ହେଉଛନ୍ତି ଯୁବତୀ । ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ସ୍ପଷ୍ଟ ଜଣାପଡିନଥିବାବେଳେ ମେଡିକାଲ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବରଗଡ଼ ଏସପି କହିଛନ୍ତି । ତାଙ୍କ ଶରୀରରେ ଯେଭଲି କ୍ଷତ ସବୁ ହୋଇଛି ତାହା ଦୁର୍ଘଟଣା କିମ୍ବା ଘୋଷାଡ଼ି ଘୋଷାଡ଼ି ନେଲାବେଳେ ସେମିତି ହୋଇପାରେ ।
ପ୍ରକାଶ ଯେ, ପୀଡ଼ିତା ଗତ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ୍ କରିବାରୁ ପୀଡ଼ିତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ଫଳରେ ସେମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୀଡ଼ିତାଙ୍କ ପତ୍ତା ମିଳି ନଥିଲା । ଅନ୍ୟପଟେ କିଛି ସମୟ ପରେ ପୀଡ଼ିତାଙ୍କ ନମ୍ବରରୁ ତାଙ୍କ ପରିବାରଙ୍କ ଅନ୍ୟଜଣେ ସଦସ୍ୟଙ୍କୁ କେହିଜଣେ ଫୋନ କରିଥିଲେ ଏବଂ ଯୁବତୀ ଜଣକ କୁର୍ଲା ଜଙ୍ଗଲରେ ପଡ଼ିଥିବା ସୂଚନା ଦେଇଥିଲେ । ଅପରପକ୍ଷେ ମଙ୍ଗଳବାର ସକାଳେ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଭିତରେ ପଡ଼ିଥିବା ନେଇ ଜଣେ ଯୁବକ ଫୋନ କରିଥିଲେ । ତାଙ୍କ ସୂଚନାକୁ ଆଧାର କରି ପରିବାର ଲୋକେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା କହିଛନ୍ତି ।