ବରଗଡ଼ ଡେବ୍ରିଗଡ଼ରେ ମହାବଳ ଶିକାର ମାମଲା, NTCA ଓ WCCB ଆରମ୍ଭ ହେଲା ମିଳିତ ତଦନ୍ତ

ବରଗଡ଼(କେନ୍ଯୁଜ୍): ବରଗଡ଼ ଡେବ୍ରିଗଡ଼ରେ ମହାବଳ ଶିକାର ମାମଲାରେ ଖୋଳତାଡ । ବରଗଡ଼ରେ ପହଞ୍ଚିଛନ୍ତି ଜାତୀୟ ବ୍ୟାଘ୍ର ପ୍ରକଳ୍ପ ପ୍ରାଧିକରଣ ଟିମ୍‌ । ନାଗପୁରରୁ ଆସିଛନ୍ତି ବନବିଭାଗ ଏଆଇଜି ହେମନ୍ତ କାମଡ଼ି । ଆଜି ଜବଲପୁର ସ୍ଥିତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ବା WCCB ଆଞ୍ଚଳିକ ଉପନିର୍ଦ୍ଦେଶକ ଅଭିଜିତ ଚୌଧୁରୀ ଆସିଛନ୍ତି । NTCA ଓ WCCB ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ମହାବଳ ଶିକାର କରାଗଲା ? ଦାନ୍ତ, ନଖ ଓ ପଞ୍ଛା ପାଇଁ ବାଘ ଶିକାର କରାଯାଇଛି କି ? ବନ ବିଭାଗର ଅଜାଣତରେ ମହାବଳକୁ ଶିକାରୀ ହତ୍ୟା କଲେ ବି କେହି ଜାଣି ପାରିଲେ ନାହିଁ କେମିତି ? ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି  । ୯ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ତଦନ୍ତକାରୀ ଟିମ୍‌ ।