ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା: ରୁମମେଟ୍ ଓ ୱାର୍ଡେନଙ୍କୁ ପଚରା ଉଚରା କରୁଛି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ବରଗଡ଼ ଥାନା ପୋଲିସର ତଦନ୍ତ। ଏସିପିଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ମୃତ ଛାତ୍ରୀ ରୁଚିକାଙ୍କ ରୁମମେଟ୍ ଓ ୱାର୍ଡେନଙ୍କୁ ପଚରା ଉଚରା କରାଯାଉଛି। ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛି ଟିମ୍। ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଥିବା ୩ ଛାତ୍ରୀ କିଏ? କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ । ସେନେଇ ପଚରାଉଚରା ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣ ଛାତ୍ରୀ ଚିହ୍ନଟ ହୋଇନଥିବାବେଳେ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ହଷ୍ଟେଲରେ ପହଞ୍ଚି ତଦନ୍ତ ଚଳାଇଛି।
ଗତକାଲି ରୁଚିକାଙ୍କ ଝୁଲନ୍ତା ମୃତଦେହ ମିଳିବା ସହ ସୁଇସାଇଡ୍ ନୋଟ୍ ଜବତ ହେବା ପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ପରିବାରଲୋକେ ଧାରଣାରେ ବସିଥିଲେ। ୩ ଛାତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରୁଚିକାଙ୍କ ବାପା ଦାବି କରିଛନ୍ତି। ରୁଚିକା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।ସେପଟେ ଶୋକାକୂଳ ପରିବେଶ ମଧ୍ୟରେ ଶେଷ ହୋଇଛି ରୁଚିକାଙ୍କ ଅନ୍ତିମ ସଂସ୍କାର। ତାଙ୍କ ଜନ୍ମମାଟି ଆଠଗଡ଼ କଖଡି ଗାଁରେ ଶେଷକୃତ୍ୟ କରାଯାଇଛି।