ମାଡ଼ମାରି ଫାଙ୍କା ଗୁଳି ଫୁଟାଇ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ, ବାରଙ୍ଗ ଥାନା ପୋଲିସର ତଦନ୍ତ

ବାରଙ୍ଗ :  ପୁଣି ବନ୍ଧୁକ ମୁନରେ ଲୁଟ୍ ।  ମାଡ଼ମାରି ଫାଙ୍କା ଗୁଳି ଚାଳନା କରି ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ ।  ବାରଙ୍ଗ ଥାନା ଅଞ୍ଚଳ ନରାଜ – ବିଦ୍ୟାଧରପୁର ପାହାଡ ନିକଟରେ ଏହି ଲୁଟ୍ ହୋଇଛି ।  ଅଭିଯୋଗ ଅନୁଯାୟୀ ରାତି ପ୍ରାୟ ୧୦ଟା ସମୟରେ ଦୁଇ ଜଣ ଯୁବକ-ଯୁବତୀ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ।

ପରେ ବନ୍ଧୁକ ଦେଖାଇ ସେମାନଙ୍କୁ ମାଡ ମାରିଥିଲେ ।  ଏହାର ପ୍ରତିବାଦ କରିବାରୁ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଯୁବତୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ ।  ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ଦୁଇଦିନ ପୂର୍ବରୁ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ମଧ୍ୟ ଆଇନଜୀବୀ ଙ୍କ ଠାରୁ ସମାନ ଢଙ୍ଗରେ ଲୁଟ କରିଥିଲେ ଦୁର୍ବୃତ୍ତ।

You might also like