କଣ ଘଟିଗଲା? ଖେଳୁଥିବା ସମୟରେ ପଡିଯାଇ ଆଖି ବୁଜିଲେ ବରଗଡ଼ ଧନଯାତ୍ରାର କୁନି କଳାକାର ବଳରାମ

ବରଗଡ଼(କେନ୍ୟୁଜ୍): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ଦୁଃଖଦ ଖବର । ଅକାଳରେ ଚାଲିଗଲେ ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାର ଶ୍ରେୟସ ପୂଜାରୀ । ଧନୁଯାତ୍ରାର କୁନି କଳାକାର ଶ୍ରେୟସ ପୂଜାରୀଙ୍କ ଦେହାନ୍ତ ହୋଇଛି । ନିଜ ଗାଁ ଅମ୍ବାପାଲୀରେ ଖେଳୁଥିଲାବେଳେ ସେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି ଶ୍ରେୟସ । ଆସନ୍ତା ଡିସେମ୍ବର ୨୭ରେ ଆରମ୍ଭ ହେବ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ କଳାକାରମାନେ ରିହରସଲ ଚଳାଇଛନ୍ତି । ଏଥିରେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ଶ୍ରେୟସ ପୂଜାରୀ । ଅକାଳରେ ଶ୍ରେୟସ ପୂଜାରୀଙ୍କର ମୃତ୍ୟୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.