ଟ୍ରକ ପଛକୁ ପିଟିଲା କାର, ବାରିପଦା ମେଡିକାଲ କଲେଜର ଡାକ୍ତର ମୃତ

ବାରିପଦା(କେନ୍ୟୁଜ): ବାରିପଦା କାଠପାଳ ନିକଟରେ ଟ୍ରକ ପଛକୁ ପିଟିଲା କାର। ଏଥିରେ ଗୁରୁତର ଆହତ ହୋଇଥିବା ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ମୃତ୍ୟୁ ହୋଇଛି । ବାରିପଦାର ଜଣାଶୁଣା ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ହେଉଛନ୍ତି ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ।

ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଷଡ଼ଙ୍ଗୀ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଥିଲେ। ଆହତ ଡାକ୍ତରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଅଣା ଯାଉଥିଲା । ହେଲେ ଭଦ୍ରକ ନିକଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି ।
ଆଜି ସକାଳୁ ଡାକ୍ତର ଷଡ଼ଙ୍ଗୀ ଘରୁ ନିଜ କାରରେ ବାଲେଶ୍ଵର ଅଭିମୁଖେ ଯାଉଥିଲେ। କାଠପାଳ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ତାଙ୍କ କାର। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରରୁ ଡାକ୍ତରଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲକୁ ପଠାଇଥିଲେ। ତାଙ୍କର ବାମ ହାତ ଭାଙ୍ଗିଥିବା ବେଳେ ମୁଣ୍ଡ ଓ ଗୋଡ଼ରେ ମଧ୍ୟ ଆଘାତ ଲାଗିଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କ କଟକ ନେଲା ବେଳେ ବାଟରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁରେ ବାଲେଶ୍ୱର ଏବଂ ବାରିପଦାରେ ଶୋକର ଛାୟା ଖେଳି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.