ରାଜ୍ୟ

ଜୀବନ ଯୁଦ୍ଧରେ ବିଜୟୀ ହେବେ ତ ଅନୁରାଧା? ସହାୟତା ଅପେକ୍ଷାରେ ବାରିପଦାର ଏହି ସର୍ବକନିଷ୍ଠ ମହିଳା କାଉନସିଲର

ବାରିପଦା(କେନ୍ୟୁଜ): ସୁଖର ସାଥୀ ତ ସଭିଁଏ ହେଲେ ଦୁଃଖର ସାଥୀ କେତେ ଜଣ? ଦିନ ଥିଲା ବହୁ ବଡ ବଡିଆ ତାଙ୍କ ପାଦରେ ପାଦ ମିଳାଇଥିଲେ, ହେଲେ ଆଜି ଯେତେବେଳେ ସେ ଅସହାୟ ତାଙ୍କ ସହିତ କେହି ନାହାନ୍ତି।  ବାରିପଦାର ସର୍ବକନିଷ୍ଠ ଶାସକ ଦଳର ମହିଳା କାଉନସିଲର ଅନୁରାଧାଙ୍କ । ଯିଏ ଆଜି ଅସହାୟ। ଅସ୍ଥି କର୍କଟରେ ଆକ୍ରାନ୍ତ ହେବା ପରେ ଡାହାଣ ହାତ ହରାଇଥିଲେ ଆଉ ଏବେ ମୃତ୍ୟୁ ସହ ଜାରି ରଖିଛନ୍ତି ସଂଗ୍ରାମ। ଖର୍ଚ୍ଚ କରି ସର୍ବସ୍ୱାନ୍ତ ସ୍ୱାମୀ। ହେଲେ ଚିକିତ୍ସା ସମ୍ପୂର୍ଣ୍ଣ କରିବାକୁ ହୋଇ ପାରି ନାହାନ୍ତି ସକ୍ଷମ । ହେଲେ ଦୁଃସମୟରେ ଆହା ପଦେ କହିବାକୁ କେହି ଆସିନଥିବାବେଳେ, କଳିଙ୍ଗ ଟିଭି ଓ କେନ୍ଯୁଜର ହସ୍ତକ୍ଷେପ ପରେ ଏବେ ପୁଣି ଆରମ୍ଭ ହୋଇଛି ଚିକିତ୍ସା। ଯୁବଛାତ୍ର ସଂଗଠନ ଭସେନା ଓ ମୟୁରଭଞ୍ଜ ଜିଲ୍ଲା ବିଜୁ ମହିଳା ଜନତା ଦଳ ନେଇଛନ୍ତି ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ୱ।

ମାତ୍ର ୨୦ ବର୍ଷ ବୟସରେ ନିର୍ବାଚନରେ ବିଜୟୀ ହୋଇ କାଉନସିଲର ହୋଇଥିଲେ ବାରିପଦାର ଆଦିବାସୀ ଯୁବତୀ ଅନୁରାଧା ସୋରେନ। ୨୦୧୪ ନିର୍ବାଚନରେ ବାରିପଦା ପୌର ପରିଷଦର ୭ ନମ୍ବର ୱାର୍ଡରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଅନୁରାଧା। ବିଗତ ୪ ଟି ନିର୍ବାଚନରେ ଏହି ୱାର୍ଡରୁ ୨ ଥର କଂଗ୍ରେସ ଓ ୨ ଥର ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨୦୧୪ ରେ ଶାସକ ଦଳ ଭରସା କରିଥିଲା ଅନୁରାଧାଙ୍କ ଉପରେ। ଆଉ ଅନ୍ଯ ମାନଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ଅନୁରାଧା। ୨୦୧୪ ରୁ ୨୦୧୯ ୱାର୍ଡରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ କରି ତଥା ତାଙ୍କ ମିଷ୍ଠଭାଷୀ ପ୍ରକୃତି ପାଇଁ ଲୋକଙ୍କ ନିକଟତର ହୋଇଥିଲେ ଅନୁରାଧା।

ରାଜନୀତି ମଇଦାନରେ ଲମ୍ବା ଇନିଂସ୍‌ ଖେଳିବାକୁ ଆଶା ରଖି ଓହ୍ଲାଇ ପଡିଥିଲେ ଅନୁରାଧା। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ବାଟ ଓଗାଳିଲା କର୍କଟ ରୋଗ। ମାତ୍ର ୨୬ ବର୍ଷ ବୟସରେ ମାରାତ୍ମକ ଅସ୍ଥି କର୍କଟ ରୋଗ ଯୋଗୁଁ ଡାହାଣ ହାତ କରାଇ ବସିଲେ ଅନୁରାଧା। ଆଉ ତା ପରେ ପିଛା ଛାଡିଲାନି ଅନୁରାଧାଙ୍କ ଦୁର୍ଦ୍ଦଶା। ସ୍ୱାମୀ ପୂଜା ସାମଗ୍ରୀ ଦୋକାନ କରି ସ୍ତ୍ରୀ ଓ ଝିଅକୁ ନେଇ କରୁଥିଲେ ସଂସାର। ମାତ୍ର ସ୍ତ୍ରୀର ଏହି କର୍କଟ ରୋଗର ଚିକିତ୍ସା କରାଇ କରାଇ ଆଜି ସର୍ବସ୍ୱା‘। ଧାର କରଜ କରି ପ୍ରଥମେ ଭୁବନେଶ୍ୱର ଓ ପରେ ମୁମ୍ବାଇ ନେଇ ଚିକିତ୍ସା କରାଇଥିଲେ। ଏବେ ଆଗକୁ ଚିକିତ୍ସା କରିବାକୁ ବଳ ଗୋଟାଇବାକୁ ଅକ୍ଷମ।

ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ପୂର୍ବତନ କାଉନସିଲର ଶର୍ଯ୍ଯାସାୟୀ। ହେଲେ ଆହା ପଦେ କହିବାକୁ ଆସିନାହାନ୍ତି କୌଣସି ଦଳୀୟ ନେତା କି ମନ୍ତ୍ରୀ। ସଭିଏଁ ଭୁଲି ଯାଇଛନ୍ତି ଏହି ନାରୀ ନେତ୍ରୀ ଜଣଙ୍କୁ। ତେବେ ଏହି ଘଟଣା ସମ୍ପର୍କରେ କଳିଙ୍ଗ ଟିଭିର ହସ୍ତକ୍ଷେପ ପରେ ବିଜୁ ମହିଳା ଜନତା ଦଳ ମୟୁରଭ ଜିଲ୍ଲାର ଜିଲ୍ଲା ସଭାନେତ୍ରୀ ଭେଟିିଛନ୍ତି ଅସହାୟ ଅନୁରାଧାଙ୍କୁ। ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭସେନା ମଧ୍ୟ ସହାୟତାର ହାତ ବଢାଇଛି। ଏପରିକି ବିଜୁ ମହିଳା ଜନତା ଦଳ ପକ୍ଷରୁ ଚିକିତ୍ସା ଦାଇତ୍ୱ ନିଆଯିବ ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିବା କହିଛନ୍ତି ଜିଲ୍ଲା ମହିଳା ସଭାନେତ୍ରୀ।

ଏବେ ଜୀବନ ଯୁଦ୍ଧରେ ବିଜୟୀ ହେବାକୁ ଅନୁରାଧାଙ୍କ ନିକଟରେ ଶେଷ ଆଶାଟିକୁ ପହଁଚାଇବାକୁ ସକ୍ଷମ ହୋଇଛି କଳିଙ୍ଗ ଟିଭି ଓ କେନ୍ଯୁଜ୍। ଯଦି କୌଣସି ବ୍ଯକ୍ତି ଅନୁରାଧାଙ୍କୁ ସାହାର୍ଯ୍ଯ କରିବାକୁ ଚାହାନ୍ତି ତେବେ ନିମ୍ନ ଲିଖିତ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ:

ଦିଲ୍ଲୀପ ମହାପାତ୍ର – 8917650832

 

 

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

16 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

60 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago