ଷ୍ଟାର କପଲ୍‌ ବିବାଦର ସମାଧାନ କେବେ? ଆଜି ଜଜ୍‌ଙ୍କ ଉପସ୍ଥିତିରେ ଅନୁଭବ-ବର୍ଷାଙ୍କ ହେବ କନିସିଲିଏସନ୍‌

କଟକ(କେନ୍ଯୁଜ୍): ଷ୍ଟାର କପଲ୍‌ ବିବାଦର ସମାଧାନ କେବେ? ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ହାଜର ହେଲ ସାଂସଦ ଅନୁଭବ ମହାନ୍ତି। ଫ୍ୟାମିଲି କୋରର୍ଟ ଜଜ୍‌ଙ୍କ ଉପସ୍ଥିତିରେ ଅନୁଭବ-ବର୍ଷାଙ୍କ କନିସିଲିଏସନ୍‌ କରାଯିବ। ଗତ ୧ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ଫାମିଲି କୋର୍ଟରେ ହାଜର ହୋଇଛନ୍ତି।

ଷ୍ଟାର ଦମ୍ପତି ବିବାହ ବିଚ୍ଛେଦ ମାମଲାରେ ଜୁନ ୯ତାରିଖରେ ଉଭୟ ଫାମିଲି କୋର୍ଟରେ ହାଜର ହୋଇ ମଧ୍ୟସ୍ଥତା ହୋଇଥିଲା। ଷ୍ଟାର ଦମ୍ପତି ବିବାଦ ଗତବର୍ଷ ସେପ୍ଟେମ୍ବରରେ ଉଠିଥିଲା। ବିବାହ ବିଚ୍ଛେଦ ପାଇଁ ଅନୁଭବ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ପରେ ମାମଲାକୁ କଟକ ଜିଲ୍ଲା ଓ ଦୌରାଜଜଙ୍କ ଫାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ବର୍ଷା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ପରେ ମାମଲା କଟକକୁ ସ୍ଥାନାନ୍ତର ହୋଇଥିଲା। ଘରୋଇ ହିଂସା ନେଇ ମହିଳା କମିସନରେ ମଧ୍ୟ ହୋଇଥିଲା ଅଭିଯୋଗ। ପରସ୍ପର ବିରୋଧରେ ୫ଟି ମାମଲା ଦାୟର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.