ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା, ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ହାଜର ହେଲେ ଅନୁଭବ ମହାନ୍ତି । କିନ୍ତୁ ଆସିଲେନି ବର୍ଷା ପ୍ରିୟଦର୍ଶିନୀ । ତେଣୁ ମାମଲାର ଶୁଣାଣିରେ ଆଜି ମଧ୍ୟ କୌଣସି ଅଗ୍ରଗତି ହୋଇ ପାରି ନାହିଁ । ପୂର୍ବତନ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁ କଟକ ସ୍ୱତନ୍ତ୍ର ଜେଏମଏଫସି ଅଦାଲତରେ ହାଜର ହୋଇଥିଲେ । ସାଂସଦ ଓ ବିଧାୟକଙ୍କ ପାଇଁ ଥିବା ସ୍ୱତନ୍ତ୍ର ଜେଏମଏଫସି କୋର୍ଟରେ ହାଜର ହୋଇ ଦିନ ସାଢେ ୧୧ ଟାରୁ ଅପରାହ୍ନ ସାଢେ ୪ ଟା ପର୍ଯ୍ୟନ୍ତ ରହିଥିଲେ ଅନୁଭବ ମହାନ୍ତି ।
ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ଉପସ୍ଥିତ ଥିଲେ ମଧ୍ୟ ବର୍ଷା ପହଞ୍ଚି ନ ଥିଲେ । ତେଣୁ ସାକ୍ଷ୍ୟ ଗ୍ରହଣ ଆଜି ହୋଇ ପାରି ନ ଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ସ୍ୱତନ୍ତ୍ର ଜେଏମଏଫସି କୋର୍ଟ ପୂର୍ବରୁ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୪୯୮(କ), ୩୪୧, ୫୦୬ ଓ ୩୪ ଦଫାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହେବା ପରେ ବର୍ଷାଙ୍କ ପକ୍ଷରୁ ୨୦୨୦ ମସିହାରେ ପୁରୀ ଘାଟ ଥାନାରେ ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯ୍ୟାତନା, ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ପୁରୀ ଘାଟ ଥାନା ପୋଲିସ ଆଇପିସିର ଦଫା ୪୯୮(କ), ୩୪୧, ୫୦୬ ଓ ୩୪ ଦଫାରେ ମାମଲା ରୁଜ୍ଜୁ କରିଥିଲା।
ତଦନ୍ତ ପରେ ୨୦୨୩ ଡିସେମ୍ବର ୧୮ ତାରିଖରେ କମିଶନରେଟ ପୋଲିସ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା । ଏହି ମାମଲାରେ ଅଭିଯୁକ୍ତମାନଙ୍କ ନାମରେ କୋର୍ଟରେ ଚାର୍ଜ ଫ୍ରେମ ହୋଇ ଶୁଣାଣି ଆରମ୍ଭ ହେବାର