ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମ୍ମାନ ହାନି ଓ ଚରିତ୍ର ସଂହାରରେ ଅଙ୍କୁଶ ଲଗାଇବାକୁ କଲେ ପ୍ରାର୍ଥନା

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ହେଉଥିବା ସମ୍ମାନ ହାନି ଓ ଚରିତ୍ର ସଂହାର ଭଳି ଘଟଣାରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ଏହି ଆବେଦନ ସେ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ , ରେଜିଷ୍ଟ୍ରର ଅଫ ନିଉଜ ପେପରସ ଅଫ ଇଣ୍ଡିଆ ଓ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଗତ କିଛି ଦିନ ଧରି ସୋସିଆଲ ମେଡିଆରେ ଅନୁଭବ ମହାନ୍ତିଙ୍କର ଏକାଧିକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହା ବର୍ଷା ପ୍ରିୟଦର୍ଶିନୀଙ୍କର ନାରୀତ୍ବକୁ ଅପମାନିତ ଓ ତାଙ୍କର ଚରିତ୍ର ସଂହାର ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏ ନେଇ ସେ ପୁରୀଘାଟ ଥାନା ଓ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏବେ ସମାନ ଅଭିଯୋଗ ଆଣି ସେ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି। ଜଷ୍ଟିସ ବି ପି ରାଉତରାୟ ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.