ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜାଗୃତି ଶୁକ୍ଳାଙ୍କ ବିରୋଧରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

କଟକ(କେନ୍ୟୁଜ୍): ଜାତୀୟ ସ୍ତରର ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ବିରୋଧ କଟକ ପୁରୀଘାଟ ଥାନାରେ ଏତଲା ଦାୟର କଲେ ବର୍ଷା ପ୍ରିୟଦର୍ଶୀନି। ଫେସବୁକ ପୋଷ୍ଟକୁ ନେଇ ବର୍ଷା ଏତଲା କରିଛନ୍ତି। ବର୍ଷା ଏତଲାରେ ଲେଖିଛନ୍ତି ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ମୋ ସମ୍ମାନ ହାନୀ କରୁଛନ୍ତି। ଆବଶ୍ୟକ ପଡିଲେ ମୁଁ ତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବି ।

ମିଳିଥିବା ସୂଚନା ମୁତାବକ ଜାଗୃତି ଶୁକ୍ଳା ଦୁଇ ଦିନ ତଳେ ବର୍ଷାଙ୍କ ନାଁ ନନେଇ ଜଣେ ସାଂସଦଙ୍କ ପତ୍ନୀ ଦୁଇଟି ଭିନ୍ନ ଭିନ୍ନ ନାଁରେ ବିବାହ ପ୍ରମାଣପତ୍ର, ଦଶମ ଶ୍ରେଣୀ ସାର୍ଟିଫିକେଟ, ପାସପୋର୍ଟ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରରେ ବ୍ୟବହାର କରିଥିବା ସଂକ୍ରାନ୍ତ ଏକ ପୋଷ୍ଟ ଫେସବୁକରେ କରିଥିଲେ ଏବଂ ପ୍ରଶ୍ନ କରିଥିଲେ ଏସବୁ  ଠକେଇ କି ନୁହେଁ ? ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ଷାଙ୍କୁ ଏହା ଇଙ୍ଗିତ କରି ଲେଖାଯାଇଥିବାର ବର୍ଷା ଅଭିଯୋଗ ଆଣିଛନ୍ତି।

ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଏତଲା  ଦେଇଛନ୍ତି। ଏ ବିଷୟରେ ପରୀଘାଟ ଥାନା ଆଇଆଇସି କହିଛନ୍ତି ମାମଲା ରୁଜୁ କରାଯାଇନାହିଁ କିନ୍ତୁ ଏତଲା ଗ୍ରହଣ କରାଯାଇଛି।  ଏ ସଂକ୍ରାନ୍ତରେ ଆମ ପ୍ରତିନିଧି ବର୍ଷା ଓ ତାଙ୍କ ଆଡଭକେଟଙ୍କୁ ଯୋଗଯୋଗ କରିଥିଲେ କିନ୍ତୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.