ଆଜି ପୁଣି କଟକ ପରିବାର କୋର୍ଟରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ, ଜେରା କରିବେ ଅନୁଭବଙ୍କ ଓକିଲ

କଟକ(କେନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । ଆଜି ପୁଣି କଟକ ପରିବାର କୋର୍ଟରେ ହାଜର ହେବେ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କୁ ଜେରା କରିବେ ଅନୁଭବଙ୍କ ଓକିଲ । ଗତକାଲି ମଧ୍ୟ କୋର୍ଟରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଦାଲତରେ ସାକ୍ଷ୍ୟ ଗ୍ରହଣ ସମୟରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ । ଏହାକୁ ବିରୋଧ କରିଥିଲେ ବର୍ଷାଙ୍କ ଓକିଲ ।

ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ । ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ରଖିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ । ଫଳରେ କାଲି ଅସମ୍ପୂର୍ଣ୍ଣ ରହିଥିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା । ଆଜି ପୁଣି ବର୍ଷାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ପରିବାର ଅଦାଲତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.