ନବୀନଙ୍କ ଆଶୀର୍ବାଦ ନେଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ବର୍ଷା ସିଂ ବରିହା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଲେ ପଦ୍ମପୁର ବିଧାୟିକା । ପଦ୍ମପୁରରୁ ବର୍ଷାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭୁବନେଶ୍ୱରରେ ପହଞ୍ଚିଥିଲେ । ନବୀନ ନିବାସ ବାହାରେ ବିଜେଡି ନେତାମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ସ୍ୱାଗତ କରିଥିଲେ । ପରେ ବର୍ଷା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । ଗତକାଲି ଫୋନ ଯୋଗେ ବର୍ଷାଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଥିଲେ । ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ବର୍ଷା ସିଂ ବରିହା ।

() ପଦ୍ମପୁର ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା । ଶାଶୂ ଓ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ । ବିଜେପି ନେତା ରମାରଞ୍ଜନ ବଳିଆରସିଂଙ୍କ ଘରେ ବିଜେଡି ବିଧାୟିକା ବର୍ଷା ସିଂ ବରିହା । ବୋହୂଙ୍କୁ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୂର । ବର୍ଷା କହିଲେ ବିଜୟ ହେବା ପରେ ବହୁତ ଖୁସି ଲାଗୁଛି । ବାପାଙ୍କ ପରି ଲୋକଙ୍କ ସେବା କରିବି । ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି । ଶ୍ୱଶୁର କହିଛନ୍ତି, ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ଥାଆନ୍ତି । ଆମ ଘରେ ବି ସେହି ଘଟଣା ଦେଖିବାକୁ ମିଳିଛି । ସେ ତା ଦଳରେ ରହିବ, ମୁଁ ମୋ ଦଳରେ ରହିବି । କହିଛନ୍ତି ବର୍ଷାଙ୍କ ଅଭିଜ୍ଞତା ନ ଥାଇପାରେ, ହେଲେ ମୋ ପରିବାରରେ ତାର ଅନୁଭବ ରହିଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.