ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ବରୁଆ ବାବା, ଜାମିନ ନାମଞ୍ଜୁର କଲା ଏସଡ଼ିଜିଏମ କୋର୍ଟ

ବରଗଡ (କେନ୍ୟୁଜ): ଜେଲ ଗଲେ ବରୁଆ ବାବା । ଏସଡିଜେଏମ କୋର୍ଡରେ ଜାମିନ ନାମଞ୍ଜୁର ହେବାପରେ ଜେଲ ଗଲେ ବରୁଆ ବାବା ବିଜୟ ନାୟକ । ଗତକାଲି ଗୁଣିଗାରେଡି ସହ ବିବାହିତା ମହିଳାଙ୍କୁ ଦୁର୍ଷ୍କମ କରିଥିବା ବରଗଡ ଜିଲ୍ଲା ଭଟଲି ଥାନାରେ ଅଭିଯୋଗ ହୋଇଥିଲା । ବରୁଆ ବାବା ବିଜୟ ନାୟକ ହେଉଛନ୍ତି କମଗାଁ ମା ବୁଢୀ କମକେଇ ମନ୍ଦିର ର ସାଧକ ତଥା କମଗାଁ ସରକାରୀ ନୋଡାଲ ହାଇସ୍କୁଲ ର ମ୍ଯୁଜିକ ଶିକ୍ଷକ । ଗତକାଲି ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ବରୁଆ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭଟଲି ପୋଲିସ । ତାଙ୍କ ନାମରେ IPC ACT.376 ଲାଗିଥିବାରୁ ତାଙ୍କ ଜାମିନକୁ ନାମଞ୍ଜୁର କରିଛି ଏସଡ଼ିଜିଏମ କୋର୍ଟ ।

ଅଭିଯୋଗ ମୁତବକ ଭଟଲି ଥାନା ଅନ୍ତର୍ଗତ ଗଉଡଗାଁ ଗ୍ରାମର ଲିଲିମା ଭୁଏଙ୍କ ଦେହ ଦୀର୍ଘ ୬ ମାସ ହେବ ଅସୁସ୍ଥ ଥିଲା ଅନେକ ଡାକ୍ତରଖାନାରେ ଚିକିତ୍ସା କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ତାଙ୍କ ସ୍ୱାମୀଙ୍କ ସହ ଗତ ରବିବାର କର୍ଲାଜୋରି ଗ୍ରାମର ବରୁଆ ବାବା ବିଜୟ ନାଏକଙ୍କ ପାଖକୁ ଯାଇଥିଲେ । ସେଠାରେ ଭଲ କରିଦେବା ବାହାନରେ ମହିଳା ଜଣଙ୍କୁ ବରୁଆ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.