କାମାକ୍ଷାନଗରରେ ଫୁଟିଲା ଗୁଳି, ବାରୁଆଙ୍କ ପଞ୍ଚାୟତ ସମିତିସଭ୍ୟ ଦୀପକ ମାହୁନ୍ତ ମୃତ

ଢେଙ୍କାନାଳ(କେ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ଗୁଳି । ବାରୁଆଙ୍କ ପଞ୍ଚାୟତ ସମିତିସଭ୍ୟ ଦୀପକ ମାହୁନ୍ତ ମୃତ । ଗତକାଲି ବିଳମ୍ବିତ ରାତିରେ ଜାମୁଝରା ନିକଟରେ ଗୁଳିମାଡ଼ ହୋଇଛି । ସମିତିସଭ୍ୟଙ୍କ ଉପରେ ୬ ରାଉଣ୍ଡ ଗୁଳି ବାଜିଛି । ୫ଟି ଛାତିରେ ଓ ଗୋଟିଏ ଗୁଳି ମୁଣ୍ଡରେ ବାଜିଥିବା ଜଣାପଡିଛି। ଦୀପକ ମାହୁନ୍ତ ଅନେକ ଥର ସରପଞ୍ଚ ଓ ସମିତିସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Leave A Reply

Your email address will not be published.