ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧା ଏଠି ସାତ ସପନ, ସକାଳର ସୂର୍ଯ୍ୟାଲୋକ ଓ ସନ୍ଧ୍ୟାର କିରୋସିନି ଡିବିରି ଏମାନଙ୍କ ସାହା ଭରସା

ଗଜପତି: କୁହାଯାଏ ଗାଁର ବିକାଶରୁ ହିଁ ଦେଶର ବିକାଶ ସମ୍ଭବ ହୋଇଥାଏ । ତେବେ ଆମ ଦେଶ ଭାରତ ଏକ ବିକାଶ ଶିଳ ରାଷ୍ଟ୍ର ହୋଇଥିଲେ ମଧ୍ଯ ଏବେବି କିଛି ସ୍ଥାନରେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଲୋକେ। ଖାଲି ସେତିକି ନୁହେଁ ସମ୍ବିଧାନ ଦେଇଥିବା ଅଧିକାରରୁ ମଧ୍ୟ ବଞ୍ଚିତ ହୋଇରହିଛନ୍ତି । ଏମିତି ଏକ ଗାଁ ରହିଛି ଗଜପତି ଜିଲ୍ଲାର ନୂଆଁଗଡ ବ୍ଲକରେ ।

ଗଜପତି ଜିଲ୍ଲାର ନୂଆଁଗଡ ବ୍ଲକ ଅନ୍ତର୍ଗତ କେରେଡାଙ୍ଗ ପଞ୍ଚାୟତର ମେରମେଣ୍ଡା ଗ୍ରାମ । ଗାଁ ଟି ଛୋଟ ହୋଇଥିଲେ ମଧ୍ୟ ଏଠାକାର ଜନସଂଖ୍ୟା ୭୦ରହିଛି । ସେଥିମଧ୍ୟରୁ ଛୋଟଛୋଟ ପିଲାମରେ ୨୦ଉର୍ଦ୍ଧ ରହିଛନ୍ତି । ତେବେ ଏହି ଗ୍ରାମକୁ ପହଞ୍ଚିବାକୁ ନା ଅଛି ସଡକ ନା ପହଞ୍ଚିଛି ଏମାନଙ୍କ ପାଖରେ ମୌଳିକ ସୁବିଧା । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁ ବିପର୍ଯ୍ୟସ୍ତ । ଗ୍ରାମକୁ ଆଜି ସୁଧ୍ୟା ବିଦ୍ୟୁତ ସୁବିଧା ମଧ୍ୟ ହୋଇପାରିଲା ନାହିଁ ।

1ଗତ ୪ମାସ ପୂର୍ବେ ମିଟର, ତାର ସଂଯୋଗ କରାଯାଇଛି , ହେଲେ ବିଦ୍ୟୁତ ସଂଯୋଗ କରିବାକୁ ଭୁଲିଗଲେ ବୋଧେ ବିଦ୍ୟୁତ ବିଭାଗ । ନା କେବେ କୌଣସି ସରକାରୀ ବାବୁଙ୍କ ପାଦ ପଡିଛି ନା କେବେ ନିର୍ବାଚିତ ପ୍ରତିନିଧିଙ୍କ ପାଦ ପଡିଛି ଏହି ଗ୍ରାମରେ । କେବଳ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ପାଦ ପଡିଥାଏ ଭୋଟ ପାଇଁ । ଗ୍ରାମର ଲୋକେ ସେମିତି ଅନ୍ଧାରୀ ଜୀବନ ଯାବନ କରିଆସୁଛନ୍ତି । ସକାଳ ସୂର୍ଯ୍ୟାଲୋକ ଓ ସନ୍ଧ୍ୟା କିରୋସିନି ଡିବିରି ଏମାନଙ୍କ ଜୀବନକୁ ଆଲୋକିତ କରିବା କାମ କରିଆସୁଛି ।

2ସେପଟେ ପକ୍କା ସଡଟିଏ ମଧ୍ୟ ହୋଇପାରି ନାହିଁ । ବଣ ଜଙ୍ଗଲ ଭିତରେ ଲୋକେ ପଶୁ ଭଳି ବସବାସ କରିଆସୁଛନ୍ତି। ଆଉ ପାନୀୟ ଜଳ କଥା କହିଲେ ପାହାଡରୁ ଝରି ଆସୁଥିବା ପାଣି ହିଁ ସାହା ଭରସା । ଆଉ ଯେବେ ଝର ସୁଖିଯାଏ, ତେବେ ଭଗବାନ ହିଁ ଏମାନଙ୍କ ସାହା ଭରଷା। ଅନ୍ଯପଟେ ହାଟବଜାର ହେଉ କିମ୍ବା ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ୭କିମି ଚାଲିଚାଲି ନୂଆଁଗଡ ବ୍ଲକ ଯିବାକୁ ପଡିଥାଏ । ଯେଉଁଥିପାଇଁ ଗ୍ରାମରେ କେବଳ ୧୫ଜଣ ଶିକ୍ଷୀତଙ୍କ ମଧ୍ୟରୁ ଜଣେ କଲେଜ ପାହାଚ ଚଢି ପାରିଛନ୍ତି । ଆଉ ସବୁ ଅଳ୍ପ ଶିକ୍ଷିତ ।

4ଯନ୍ତୁ ଭୟ ସହିତ ବାଟ ଦୂର ହେଉଥିବାରୁ କିଛି ପିଲା ନିଜ ଇଛାରେ ତ ଆଉ କିଛି ଅଭିଭାବକଙ୍କ ଇଛାରେ ସ୍କୁଲ କି ଅଙ୍ଗନୱାଡି ଯାଆନ୍ତି ନାହିଁ । ସବୁଠାରୁ ବିସ୍ମୟର ବିଷୟ ଦିନେ ମଧ୍ୟ ଏହି ଗ୍ରାମକୁ ଭ୍ରମ୍ୟମାନ ସ୍ୱାସ୍ଥ୍ୟ ଟିମ ପହଞ୍ଚି ନାହିଁ । ସେପଟେ ସମସ୍ୟା ନେଇ ଗଜପତି ଜିଲ୍ଲାପାଳଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ସମସ୍ୟାର ତୁରନ୍ତ ସମାଧାନପାଇଁ ଏକ ଟିମ ମେରମେଣ୍ଡା ଗ୍ରାମକୁ ପଠାଯିବ ଏବଂ ଡିସେମ୍ବର ମାସରେ ବିଦ୍ୟୁତ ସେଯାଗୀକରଣ ହେବ । ସତ କହିବାକୁ ଗଲେ ଏମାନଙ୍କ ସମୟ ବଦଳିବ କେବଳ ସରକାର ଚାହିଁଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.