ବିନା ଭକ୍ତରେ ଚାଲିଛି ପବିତ୍ର ସ୍ନାନଯାତ୍ରା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍) :  ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ଏବର୍ଷ ମଧ୍ୟ ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ।

ଆଜି ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ । ସ୍ନାନମଣ୍ଡପରେ ମଙ୍ଗଳ ଆଳତି ପରେ ଅନ୍ୟ ନୀତିକାନ୍ତି ଚାଲିଛି ।  ଷୋଡ଼ଷ ଉପଚାର ପୂଜା ପରେ ଏବେ ୧୦୮ ଗରା ଜଳରେ  ସ୍ନାନ କରୁଛନ୍ତି ମହାପ୍ରଭୁ ।

Leave A Reply

Your email address will not be published.