ବ୍ୟାଟେରୀ ଗାଡିରୁ ଲାଗିଲା ନିଆ, ପୋଡିଗଲା ୯ ଟି ବାଇକ, ଗୋଟିଏ କାର

ନବରଙ୍ଗପୁର (କେନ୍ୟୁଜ): ବ୍ୟାଟେରୀ ଗାଡି କିଣିଛନ୍ତି କି ଟିକିଏ ସାବଧାନତାର ସହ ଚାର୍ଜରେ ଲଗାନ୍ତୁ । ନବରଙ୍ଗପୁର ସାଇ ନଗର ଅଞ୍ଚଳରେ ଚାର୍ଜ ବସିଥିବା ଏକ ବ୍ୟାଟେରୀ ଗାଡିରେ ସଟସର୍କିଟ ଯୋଗୁଁ ୯ ଟି ବାଇକ ଗୋଟିଏ କାର ହୁ ହୁ ହୋଇ ଜଳି ପାଉଁଶ ହେଇଗଲା ।

ସୂଚନା ଅନୁଯାୟୀ ନବରଙ୍ଗପୁର ସାଇ ନଗର ଅଞ୍ଚଳର md ଜାହିର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡା ରହୁଥିବା ଲୋକ ମାନଙ୍କ ଗାଡି ଏବଂ ଗୋଟିଏ ହୁଣ୍ଡାଇ କାର ଥିଲା , ଗୋଟିଏ ବେଟେରୀ ଗାଡି ଚାର୍ଜ ରେ ବସିଥିବା ବେଳେ ବେଟେରୀ ଗାଡି ରୁ ନିଆ ଲାଗି ପାଖରେ ଥିବା ଅନ୍ୟ ୯ ଟି ଗାଡି ରେ ମଧ୍ୟ ନିଆ ଲାଗିଯାଇଥିଲା ଧୂଆଁ ଉଠିବାରୁ ଘର ମାଲିକ କବାଟ ଖୋଲି ଦେଖିଲା ବେଳେ ବୋମା ଫୁଟିଲା ଭଳି ଶବ୍ଦ ହୋଇ ୯ ଟି ବାଇକ ପୋଡି ଯାଉଛି ତୁରନ୍ତ କାରଟିକୁ ବାହାରକୁ ବାହାର କରି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ମାଲିକ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆ କୁ ଆୟତ୍ତ କରିଥିଲେ ମଧ୍ୟ ୯ ଗୋଟି ବାଇକ ସମ୍ପୂର୍ଣ୍ଣ ପୋଡି ପାଉଁଶ ହେଇଯାଇଛି କାର ଟି ସାମାନ୍ୟ ପୋଡ଼ି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.