ମୟୁରଭଞ୍ଜ: ବାରିପଦାରେ ଜଳିଗଲା ବ୍ୟାଟେରୀ ଗାଡ଼ି ଶୋ’ରୁମ୍ । ଗତକାଲି ବିଳମ୍ବିତ ରାତିରେ ବାରିପଦା ଦାରୋଗାଡାହି ସ୍ଥିତ ବ୍ୟାଟେରୀ ଗାଡ଼ି ଶୋ’ରୁମ୍ ରେ ଘଟିଛି ଏ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୩୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ, ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ମୃତାହତ ଖବର ନାହିଁ । ତେବେ ନିଆଁ ଲାଗି ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।
Also read: ରାୟଗଡ଼ା ସିନେମା ହଲରେ ନିଆଁ, ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ଫ୍ୟାନ୍ସମାନେ କରୁଥିଲେ ଆଳତି