ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଠାରେ ବିଭିନ୍ନ ଦେଶରୁ ବୌଦ୍ଧ ଭିକୁ ମାନଙ୍କ ସମୂହ ପ୍ରାର୍ଥନା

କଟକ(କେନ୍ଯୁଜ୍) : କଟକ ଜିଲ୍ଲା ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଠାରେ ବିଶ୍ବର ବିଭିନ୍ନ ଦେଶରୁ ବୌଦ୍ଧ ଭିକୁ ମାନେ ଗତକାଲିଠାରୁ ଲଳିତଗିରିରେ ପହଁଞ୍ଚି ସମୂହ ପ୍ରାର୍ଥନା ସଭା କରିଛନ୍ତି । ଏହାସହିତ ବୌଦ୍ଧ ବିହାର ଲଳିତଗିରି ପର୍ଯ୍ଯଟନ ସ୍ଥଳୀ ବୁଲି ଦେଖିଛନ୍ତି । ଏପରିକି ପରିବେଶ ସୁରକ୍ଷା, ମହିଳା ଓ ପୁରୁଷଙ୍କ ମଧ୍ଯରେ ସମାନତା ଓ ସମାଜର ସ୍ଥାୟୀ ବିକାଶ ସମ୍ପର୍କରେ ସଚେତନତା ବାର୍ତ୍ତାର ପ୍ରଚାର ପ୍ରସାର କରିବା ଏହି ବୌଦ୍ଧ ଭିକୁ ମାନେ ପଦଯାତ୍ରା ମାଧ୍ଯମରେ ଲୋକମାନଙ୍କୁ ଅବଗତ କରାଇଛନ୍ତି ।