ସକ୍ରିୟ ରହିଛି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ, ୫ ଜିଲ୍ଲାରେ ବୃଦ୍ଧି ପାଇବ ବର୍ଷା ପରିମାଣ

ଭୁବନେଶ୍ୱର(କେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଛି । ୫ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏନେଇ କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ବେଳକୁ ବେଳ ସକ୍ରିୟ ହେଉଛି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଏହି ସମୟରେ ପବନର ବେଗ ୫୦ରୁ ୬୦କିମି ପର୍ଯ୍ୟନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଯିବାରେ ଏବଂ ନର୍ଥ-ଇଷ୍ଟ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ତେବେ ୧୫ ଦିନରେ ୧୦ଟି ଲଘୁଚାପ ସାମାନ୍ୟ ଘଟଣା ବୋଲି କହିଛନ୍ତି IMD DG । ପୂର୍ବରୁ ୨୦୧୩ ମସିହାରେ ସମାନ ଧରଣର ଏକ ଲଘୁଚାପ ଦେଖାଦେଇଥିଲା ବୋଲି ସୂଚନା ଦେଇଛନ୍ତି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.