ନୟାପଲ୍ଲୀରୁ ହଟିଲା ଜବରଦଖଲରେ ଗଢି ଉଠିଥିବା ୪୦ ବର୍ଷର ମହିମା ଢାବା

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ନୟାପଲ୍ଲୀରୁ ହଟିଲା ମହିମା ଢାବା। ଦୀର୍ଘ ୪୦ ବର୍ଷ ଧରି ଜବରଦଖଲରେ ଗଢି ଉଠିଥିବା ଢାବାକୁ ଉଚ୍ଛେଦ କରିଛି ବିଡିଏ। ସରକାରୀ ଜମିକୁ ଜବରଦଖଲ କରି ବେପାର ଚଳାଇଥିଲା ମହିମା ଢାବା।

୧୬ନଂ ଜାତୀୟ ରାଜପଥରେ କଳିଙ୍ଗ ଷ୍ଟାଡିୟମର ଗେଟ ନଂ ୯କୁ ଲାଗିଛି ଢାବା। ବିଡିଏ ପକ୍ଷରୁ ଉଚ୍ଛେଦ ବେଳେ ଏହାକୁ ବିରୋଧ କରିଛନ୍ତି ଢାବା ମାଲିକ ଓ ସ୍ଥାନୀୟ ଲୋକେ।

ଉତ୍ତେଜନାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଚ୍ଛେଦ କାର୍ଯ୍ୟରେ ଲାଗିଛି ୨ଟି ଜେସିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.