ରାଜଧାନୀରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟରେ ଉତ୍ତେଜନା

ଭୁବନେଶ୍ୱର : ରାଜଧାନୀରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଉଚ୍ଛେଦ ସମୟରେ ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟରେ ବିଡିଏ କର୍ମଚାରୀ, ପୋଲିସ ଏବଂ ଉଠାଦୋକାନୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା । ଉଚ୍ଛେଦ ବେଳେ ଦୋକାନ କରିଥିବା ମହିଳା ପୁରୁଷ ମାନେ ପ୍ରତିବାଦ କରିଥିଲେ l ଦୋକାନଗୁଡିକୁ ଭାଙ୍ଗିବାକୁ ଦେଇ ନଥିଲେ l ଏହା ପରେ ସେଠାରେ ମଧ୍ୟମ ବିଧାୟକ ପହଞ୍ଚି କିଛି କାଗଜ ପତ୍ର ଗଣମାଧ୍ୟମଙ୍କୁ ଦେଖାଇଥିଲେ । ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ପ୍ରଥମେ ସୂଚନା ଦିଆଯାଇଥିବା କହିଥିଲେ ବିଡିଏ କର୍ମଚାରୀ । ତେବେ ଦୀର୍ଘ ବର୍ଷରୁ ସେଠାରେ ଦୋକାନ କରି ପେଟ ପୋଷୁଥିବା କିଛି ମହିଳା ଏନେଇ ଦୁଖ ପ୍ରକାଶ କରିଛନ୍ତି ।