ଆହୁରି ତେଜିଲା ଗୁଣୁପୁର ବିଡିଓ-ବ୍ଲକ ଅଧ୍ୟକ୍ଷାଙ୍କ ବିବାଦ

ଗୁଣୁପୁର (କେ ନ୍ୟୁଜ୍) : ଆହୁରି ତେଜିଲା ଗୁଣୁପୁର ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ବିବାଦ। ୩୦ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୩୧ରୁ ପ୍ରତୀକ ଧାରଣା ଦିଆଯିବ। ବ୍ଲକ ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ନେତୃତ୍ୱରେ ବ୍ଲକର ବହୁ ସମିତି ସଭ୍ୟ, ସରପଞ୍ଚ , ଗ୍ରାମବାସୀଙ୍କ ତରଫରୁ ଭାରପ୍ରାସ୍ତ ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗକୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ୩୦ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, ୩୧ରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର ଏବଂ ଯୋଜନା ସମ୍ପର୍କିତ ଖବର ନଦେଇ ଓଲଟା ଧମକ ଚମକ ଦେବା ଅଭିଯୋଗରେ ବିଡିଓଙ୍କ ପ୍ରତିନିଧି ବିରୋଧରେ ତାତିଛନ୍ତି ଲୋକେ ।