ପିଲାଙ୍କ ସହ ବ୍ୟାଡ୍ ମିଣ୍ଟନ ଖେଳିଲେ ବିଡ଼ିଓ, କହିଲେ କ୍ରୀଡାର ଉପକାରିତା

ଦିଗପହଣ୍ଡି: ଖରା ଛୁଟିରେ ପିଲାମାନେ ଇନ ଡୋର ଷ୍ଟାଡିଅମରେ ଖେଳୁଥିଲେ ବ୍ୟାଡ୍ ମିଣ୍ଟନ । ଆଉ ଠିକ ସେହି ସମୟରେ ପହଞ୍ଚିଲେ ବିଡ଼ିଓ । ପିଲାଙ୍କ ସହ ହାତ ମିସାଇଲେ ଆଉ ବ୍ୟାଡ୍ ମିଣ୍ଟନ ଖେଳିଲେ । ଏବେ ପ୍ରତ୍ୟକ ବିଦ୍ୟାଳୟରେ ଗ୍ରୀଷ୍ମ କାଳୀନ ଛୁଟି ହୋଇଯାଇଛି । ସବୁ ବିଦ୍ୟାଳୟ ଏବେ ବନ୍ଦ । ତେଣୁ ପିଲାମାନେ ବିଭିନ୍ନ ଉପାୟରେ ଛୁଟି କଟାଉଛନ୍ତି । ଏହାରି ଭିତରେ ଅନେକ ପିଲା ଏମିତି ବି ଯେଉଁମାନେ ଖେଳିବାକୁ ଭଲ ପାଇଥାନ୍ତି ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଥିବା ଇନଡୋର ଷ୍ଟାଡିଅମକୁ ଅନେକ ଛାତ୍ରଛାତ୍ରୀ ଆସି ବ୍ୟାଡ୍ ମିଣ୍ଟନ ଖେଳିବା ସହିତ ବ୍ୟାୟାମ କରିଥାନ୍ତି । ଆଉ ଏଥିରେ ପିଲାଙ୍କ ସହ ଯୋଗ ଦେଇଥିଲେ ବିଡ଼ିଓ ଅନାମିକା ପାଣ୍ଡେ । ଗ୍ରୀଷ୍ମ କାଳୀନ ଛୁଟିରେ ପିଲାମାନଙ୍କୁ ଭଲ ଖେଳିବା ପାଇଁ ସୁଯୋଗ ନ ଥିଲା ତେଣୁ ପିଲାମାନେ ଖେଳିବାକୁ ପାଉନଥିଲେ ।

ଏବେ ଇନଡୋର ଷ୍ଟାଡିଅମ ହେବା ଫଳରେ ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ଅଭିଭାବକ । ପୂର୍ବରୁ ଆଉଟଡୋର୍ ବ୍ୟାଡ୍ ମିଣ୍ଟନ ପାଇଁ ପ୍ରଶିକ୍ଷଣ ଦିଆଯାଉଥିଲା । ଯାହା ପରେ ବହୁ ପିଲା ବାହାରେ ଖେଳି ସୁନାମ ଅର୍ଜନ କରିଛନ୍ତି । ତେଣୁ ସରକାର ଏହି ଷ୍ଟାଡିଅମ କରିବା ଫଳରେ ପିଲାଙ୍କୁ ଭଲ ଭାବରେ ପ୍ରଶିକ୍ଷଣ ଦିଆଯାଇପାରୁଛି ବୋଲି କହିଛନ୍ତି ସହକାରୀ ପ୍ରଶିକ୍ଷକ ।

ଚଳିତ ବର୍ଷ ସମର କ୍ୟାମ୍ପରେ ପଚାଶ ଜଣ ପିଲା ବ୍ୟାଡ଼ ମିଣ୍ଟନ ପ୍ରଶିକ୍ଷଣ ନେଇଥିବା ଜଣାପଡିଛି । ପାଠ ପଢିବା ସହିତ ଶାରୀରିକ କ୍ରୀଡା ନିହାତି ଦରକାର । ତେଣୁ ପିଲାଙ୍କୁ ଭଲରେ ଖେଳିବା ପାଇଁ କହିଛନ୍ତି ବିଡ଼ିଓ ଅନାମିକା ପାଣ୍ଡେ । ଆଜିକାଲି ପିଲାମାନେ ଶାରୀରିକ ଓ ମାନସିକ ସ୍ତରରେ ଫିଟ ରଖିବାକୁ ଅନେକ ଖେଳ ପ୍ରତି ରୁଚି ରଖୁଥିବା ବେଳେ ଏହି ଇନଡୋର୍ ଷ୍ଟାଡିଅମ୍ ପିଲାଙ୍କ ପାଇଁ ବରଦାନ ସଦୃଶ୍ୟ ।

Also read: ଗାଈ ସେବାରେ ସାଧୁ, ଗୋମାତାଙ୍କୁ ପୂଜା କଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ