ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ, ଘଟଣାସ୍ଥଳରେ ଠେଲାପେଲା

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ବାରିକ ସ୍କୁଲ ପରିସରରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ହଠାତ୍‌ କାହିଁକି ବଦଳି କରାଯାଇଛି ବୋଲି ବିଡିଓଙ୍କୁ ପଚାରିଥିଲେ । ଏହାକୁ ନେଇ କଥା କଟାକଟି ପରେ ବିଡିଓ ପରିଚାଳନା କମିଟି ସଭାପତିଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି ।

ଭଦ୍ରକ(କେନ୍ୟୁଜ୍):ବିଦ୍ୟାଳୟ ପରିସରରେ ବିଡିଓ ଏବଂ ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ କଥା କଟାକଟି । ଘଟଣାସ୍ଥଳରେ ଠେଲାପେଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ବିଡିଓ ଚାପୁଡ଼ା ମାରିଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଡତିରା ପଞ୍ଚାୟତ ଶିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଘଟଣା ଘଟିଛି । ଆଜି ବନ୍ତ ବିଡିିଓ ପ୍ରଦୀପ ସେଠୀ ଶିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ଦେଖିବାକୁ ଯାଇଥିଲେ । ତାଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ କିଛି ଅଧିକାରୀ ଉପସ୍ଥିତ ଥିଲେ ।

ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ବାରିକ ସ୍କୁଲ ପରିସରରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ହଠାତ୍‌ କାହିଁକି ବଦଳି କରାଯାଇଛି ବୋଲି ବିଡିଓଙ୍କୁ ପଚାରିଥିଲେ । ଏହାକୁ ନେଇ କଥା କଟାକଟି ହୋଇଥିବା ବେଳେ ବିଡିଓ ପରିଚାଳନା କମିଟି ସଭାପତିଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ରଞ୍ଜନ ବାରିକ । ଅନ୍ୟପକ୍ଷରେ ଅଭିଯୋଗକୁ ବିଡିଓ ଖଣ୍ଡନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.