ଆମ ବସରେ ଯାଉଥିଲେ ସାବଧାନ, ଲୁଟ ବେଳେ ୭ ଲୁଟେରାଙ୍କୁ କାବୁ କଲେ ବସ କର୍ମଚାରୀ

ଭୁବନେଶ୍ୱର : ଆମ ବସରେ ଯାଉଥିଲେ ସାବଧାନ । ମାତିଛନ୍ତି ଲୁଟେରା । ଏକାଠି ହୋଇ ଆସୁଛନ୍ତି, ଜନଗହଳି ସ୍ଥାନ ଦେଖି ଯାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ୍ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଆମ ବସରୁ ଲୁଟ ବେଳେ ଲୁଟେରାକୁ କାବୁ କଲେ ବସ କର୍ମଚାରୀ । ଏଥିରେ ୫ ଜଣ ମହିଳା ଲୁଟେରାଙ୍କ ଶହ ଦୁଇ ଜଣ ପୁରୁଷ ଲୁଟେରା କାବୁ କରାଯାଇଥିବା ବେଳେ ଆଉ ଦୁଇଜଣ ଫେରାର ହୋଇଯାଇଛନ୍ତି । ମୋଟ ୭ ଜଣଙ୍କୁ କାବୁ କରି କ୍ୟାପିଟାଲ ଥାନା ପୋଲିସର ଜିମା ଦିଆଯାଇଛି ।

ତେବେ କୁହାଯାଉଛି ଯେ ଏହି ଗ୍ରୁପ ବାରମ୍ବାର ଚୋରି କରି ଆସୁଥିଲେ । ସିସିଟିଭି ଆଧାରରେ ଚୋରକୁ ଚିହ୍ନଟ କରି କାବୁ କରିଛି ଆମ ବସ ଅଧିକାରୀ ଏବଂ ବସ ଭିତରେ ଥିବା ମହିଳା ଚୋର ମାନଙ୍କୁ ଆମ ବସ ମହିଳା ସ୍କ୍ୱାର୍ଡ ଟିମ୍ ଧରିଥିଲେ। ବିଗତ କିଛିଦିନ ଧରି ମୋ ବସରେ ଲୁଟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜନଗହଳିର ସୁବିଧା ନେଇ ଲୁଟପାଟ କରୁଥିଲେ ଲୁଟେରା । ଏବେ ପୁଣି ମହିଳାଗ୍ଯାଙ୍ଗ ରାଜଧାନୀରେ ରହିବା ସାଙ୍ଗକୁ ମୋ ବସରୁ ଲୁଟିବା ଘଟଣା ପୋଲିସ୍ ପାଇଁ ଚ୍ଯାଲେଞ୍ଜ ସାବ୍ଯସ୍ତ ହୋଇଛି ।

 

ଆହୁରି ପଢ଼ନ୍ତୁ : ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ହେଲେ ଲାଭବାନ