ବିଚ୍ ଫେଷ୍ଟିଭାଲ ଉଦଯାପିତ, ଉଦଯାପନୀ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଅଭିଜିତ ସାଓ୍ବନ୍ତ

ପୁରୀ : ପୁରୀ ବେଳାଭୂମିରେ ଚାଲିଥିବା ବିଚ୍ ଫେଷ୍ଟିଭାଲ ଆଡମ୍ବର ସହକାରେ ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଅଭିଜିତ ସାଓ୍ବନ୍ତ, ବୈଭବ ଗୁପ୍ତା, ଆଦ୍ୟା ମିଶ୍ର ଓ ଇଣ୍ଡିଆନ୍ ଆଇଡଲ୍ ବିଜେତା ରିଷି ସଂଙ୍କ ଗୀତରେ ଝୁମିଥିଲେ ଦର୍ଶକ । ସେହିପରି ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ଆଧୁନିକ ଏବଂ ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଶିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥିଲା । ତେବେ ବିଚ୍ ଫେଷ୍ଟିଭାଲ ଚଳିତ ବର୍ଷ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।