ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଭାଲୁ, ଲଢେଇ କରି ବଞ୍ଚାଇଲେ ଜୀବନ

ସୋର (କେନ୍ୟୁଜ): ଦୁଇଟି ଭାଲୁ କାମୁଡ଼ାରେ ଜଣେ ଗୁରୁତର। ଲୋକଟି ଦୁଇ ଭାଲୁଙ୍କ ସହିତ ଲଢେଇ କରି ବର୍ତ୍ତି ଯାଇଛି । ଜଙ୍ଗଲ ଅବକ୍ଷୟ ଯୋଗୁ ଭାଲୁ ମାନେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଲୋକଙ୍କୁ କରୁଛନ୍ତି ଆକ୍ରମଣ । ସୋର ମଣିପୁର ପଂଚାୟତ ଯାତପଦା ଗାଁର ଗୋପୀନାଥ କିସ୍କୁ ଶୌଚ ଯାଇଥିବା ବେଳେ ମା ଓ ଛୁଆ ଭାଲୁ ଆକ୍ରମଣ କରି ଥିଲେ । ଦୁଇ ଭାଲୁଙ୍କ ସହିତ ଗୋପୀନାଥ ଲଢେଇ କରି ପାଟି କରିବାରୁ ଗାଁ ଲୋକେ ଭାଲୁ କବଳରୁ ଗୋପୀନାଥକୁ ଉଦ୍ଧାର କରିଥିଲେ ।

ଜାତପଦା ପାହାଡ଼ ଜଙ୍ଗଲ ପାଦଦେଶରେ ହୋଇଥିବା ବେଳେ ଅନେକ ସମୟରେ ଏହି ଅଂଚଳରେ ଲୋକେ ଭାଲୁ ଓ ଜଙ୍ଗଲ ଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଥାନ୍ତି । ସ୍ଥାନୀୟ ବାସିନ୍ଦା ଜଙ୍ଗଲୀ ଜନ୍ତୁ ଆକ୍ରମଣର ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗ ନିଷ୍କ୍ରିୟ ଯୋଗୁ ସ୍ଥାନୀୟ ବାସିନ୍ଧା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.