ଭାଲୁ ଆକ୍ରମଣରେ ହୋମାଗାର୍ଡ ଆହତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆକ୍ରମଣରେ ଜଣେ ହୋମାଗାର୍ଡ ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ବଜାରରେ ହୋମାଗାର୍ଡ ରବୀନ୍ଦ୍ର ମାଝି ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ରବୀନ୍ଦ୍ରଙ୍କୁ ପ୍ରଥମେ ବରମପୁର ଡାକ୍ତରାଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୀଳଗିରି ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରବିନ୍ଦ୍ର ରାତି ପାଖଶପାଖି ୨ଟା ସମୟରେ ପାଟ୍ରୋଲିଂକରୁଥିବା ସମୟରେ ହଟାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ଡାହାଣ ହାତକୁ ଧରି ପକାଇଥିଲା। ସେଠାରେ ଥିବା ଆଉ କିଛି ପାଟ୍ରୋଲିଂ କର୍ମଚାରୀ ହୋହାଲ୍ଲା କରିବାରୁ ଭାଲୁଟି ପଳାଇଥିଲା ।

You might also like