ରାଜ୍ୟ

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ, ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ

ସମ୍ବଲପୁର (କେ.ନ୍ୟୁଜ): ସ୍ଥାନୀୟ ରେଢାଖୋଲ ବନଖଣ୍ଡ ବଡ ବାହାଳ ରେଞ୍ଜ ଅନ୍ତର୍ଗତ ହାତୀବାହାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁର ମୃତ ଦେହ ଦେଖିବାକୁ ପାଇଥିଲେ। ଏ ନେଇ ବନ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଭାଲୁର ମୃତ ଦେହ ଜବତ କରିଥିଲେ।

ତେବେ ଏହି ଭାଲୁକୁ କିଏ ମାରିଛି ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ସେ ନେଇ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ୩ ଦିନ ପୂର୍ବରୁ ଭାଲୁଟିର ମୃତ୍ୟୁ ହୋଇଥିବା ସନ୍ଦେହ ହେଉଥିବା ବେଳେ ତାର ବୟସ ପାଖାପାଖି ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Also Read: ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ଏଥରକ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ

 

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago