ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ, ସଂସ୍ପର୍ଶରେ ଆସି ଭାଲୁ ମୃତ

କଣ୍ଟାମାଳ (କେନ୍ୟୁଜ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ଜଙ୍ଗଲୀ ଭାଲୁର ମୃତ୍ୟୁ।ତେବେ ବାରହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଏହି ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଏହି ଭାଲୁକୁ ରାତିରେ ଦେଖିଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପଂହଂଚି ତଦନ୍ତ କରିଛନ୍ତି। ତେବେ ଗତ କିଛି ଦିନ ହେଲେ ବିଦ୍ୟୁତ ତାର ସାହାଯ୍ୟରେ ଅନେକ ବନ୍ୟଜନ୍ତୁ ଶିକାର କରୁଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ବାରହା ମାରିବାକୁ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏଯାଏଁ କିନ୍ତୁ ବନ ବିଭାଗର ବାବୁମାନେ ପହଞ୍ଚିନାହାନ୍ତି । କେବଳ ଏହି ଘଟଣା ନୁହେଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ବାରହା ଏବଂ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁଙ୍କ ସହ ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.