କେନ୍ଦୁଝର: କେମିତି ମଲା ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଭାଲୁ ? ଡିଏଫଓ କହିଲେ ସ୍ୱତନ୍ତ୍ର ଟିମ କରୁଛି ଯାଞ୍ଚ

ଆନନ୍ଦପୁର(କେନ୍ୟୁଜ୍):  ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଭାଲୁର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ଖୋଜୁଛି ଜଙ୍ଗଲ ବିଭାଗର ଏକ ସ୍ୱତନ୍ତ୍ର ଟିମ। ଗତ୨୦ ତାରିଖ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ପୁରୁଣା ବାନ୍ଧଗୋଡ଼ାରେ ଗୋଟିଏ ମାଈ ଭାଲୁ ହିଂସ୍ର ହେବା ସହିତ ଜଙ୍ଗଲ ବିଭାଗକୁ ନାକେଦମ କରିଥିଲା। ଦୁଇଜଣଙ୍କୁ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରିଥିଲା। ଆନନ୍ଦପୁର ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଭାଲୁ ଟିକୁ ଜାଲ ପକାଇ କାବୁ କରିବା ସହିତ ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଛାଡ଼ିଦେଇଥିଲେ।

ଗତକାଲି ସନ୍ଧ୍ୟାରେ ଭାଲୁଟିର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ତାର ଉଦ୍ଧାର ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି। ଏଥି ସହିତ ଭାଲୁଟି ଦୁଇଗୋଟି ଛୁଆ ଦେଇଥିବା ବେଳେ ତାକୁ ହଦଗଡ଼କୁ ସ୍ଥାନାନ୍ତର କରିବା କେତେଦୂର ଠିକ ହେଲା ତାହା ମଧ୍ୟ ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ଲୋକେ। ଏନେଇ ଆନନ୍ଦପୁର ଡିଏଫଓଙ୍କୁ ପଚାରିବାରୁ ଭାଲୁଟି ହୃଦଘାତରେ ମରିଛି ଏବଂ ସ୍ୱତନ୍ତ୍ର ଟିମ ଦ୍ୱାରା ତାର ଯାଞ୍ଚ ଚାଲିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.