ନବରଙ୍ଗପୁର(କେନ୍ଯୁଜ୍): ପାପଡାହାଣ୍ଡି ସହରରେ ବୁଲୁଛି ଭାଲୁ । ଜନଗହଳି ଅଞ୍ଚଳରେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଲୋକେ ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଥିଲେ । ଆଉ ଏ ସମସ୍ତ ଦୃଶ୍ୟ କଏଦ ହେଇଛି ରାସ୍ତା କଡରେ ଥିବା ଏକ ଦୋକାନର ସିସିଟିଭିରେ ।
ଯାହା ଏବେ ବେଶ ଭାଇରଲ ହେବାରେ ଲାଗିଛି । ଦିନ ୨ଟା ଏକ ଜଙ୍ଗଲି ଭାଲୁ ପାପଡାହାଣ୍ଡି ମସଜିଦ ରାସ୍ତା ଦେଇ ମୁଖ୍ୟ ଟ୍ରାଫିକ ଛକକୁ ଚାଲି ଆସିଥିଲା । ଏପରିକି ଭାଲୁଟି ଜଣେ ୧୩ ବର୍ଷର ବାଳକକୁ ତାଙ୍କ ଘର ସାମ୍ନାରେ ଆହତ କରି ଚାଲିଯାଇଥିଲା । ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଭାଲୁକୁ କାବୁ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।