ଭାଲୁକୁ କାବୁ କରିବାକୁ ନାକେଦମ୍ ବନବିଭାଗ, ଭୟରେ ଛାତ ଉପରେ ଲୋକ

ଜୟପୁର : ବାପ୍ ରେ ବାପ୍ କେଡେ ବଡ ଭାଲୁ । ପୁଣି ବିଚ୍ ରାସ୍ତା ଉପରେ । ଭାଲୁକୁ ଦେଖି ସବୁ ଛାନିଆ । ଦେଖନ୍ତୁ କେମିତି ଭାଲୁଟି ରାସ୍ତାରେ ଆସୁଥିବା ବନ ବିଭାଗର ଏକ ଗାଡି ଉପରକୁ ଅତର୍କୀତ ଆକ୍ରମଣ କରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ନିକଟରେ ।

ପ୍ରଥମେ ଫାର୍ମହାଉସରେ ପଶିଲା ଭାଲୁଟି । ତେବେ ଭାଲୁକୁ କାବୁ କରିବାକୁ ନାକେଦମ ହେଲାଣି ବନବିଭାଗ । ବୋରିଗୁମ୍ମା ବ୍ଲକ ଆଉଁଳି ନିକଟ ଏକ ବେସରକାରୀ ଫାର୍ମ ହାଉସରେ ଭାଲୁ ଆତଙ୍କ ଖେଳାଇଛି । ଭାଲୁକୁ କାବୁ କରିବାକୁ ୨ ଦିନ ହେବ ଉଦ୍ୟମ କରୁଛି ବନବିଭାଗ ।

ବନବିଭାଗର ବୋଲେର ଗାଡ଼ି ଏବଂ ଏକ ବାଇକକୁ ଅତର୍କୀତ ଆକ୍ରମଣ କରିଛି ଜଙ୍ଗଲୀ ଭାଲୁ । ଗାଡ଼ିର ସାମନା ପଟ ଟାୟାରକୁ କାମୁଡ଼ି ଫଟାଇ ଦେଇଛି ଏହି ଜଙ୍ଗଲୀ ଭାଲୁ । ତେବେ ସେଠାରେ କାମ କରୁଥିବା ୧୦୦ରୁ ଅଧିକ କର୍ମଚାରୀ ଭୟରେ ଘରର ଛାତ ଉପରେ ଲୁଚି ରହିଛନ୍ତି । ବାହାରକୁ ବି ବାହାରି ପାରୁନାହାନ୍ତି । ଭାଲୁକୁ କାବୁ କରିବାକୁ ବନବିଭାଗ କର୍ମଚାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଭାଲୁର ଏହି ଭିଜୁଆଲ୍ ଖୁବ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.