ଉମରକୋଟ ବୁର୍ଜା ଗାଁରେ ବୁଲୁଛି ଭାଲୁ, ନିଆଁ ହୁଳା ଧରି ଘୋଉଡାଉଛନ୍ତି ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ଗାଁରେ ବୁଲୁଛି ଭାଲୁ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ଗାଁରେ ବୁଲୁଛି ଭାଲୁ। ଉମରକୋଟ ସହରରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ବୁର୍ଜା ଗାଁରେ ୨ଟି ଭାଲୁ ପଶି ଆତଙ୍କ ଖେଳାଇଛନ୍ତି। ଗାଁ ଲୋକ ନିଆଁ ହୁଳା ଧରି ସେମାନଙ୍କୁ ଘୋଉଡାଇ ଥିଲେ ।

ମାତ୍ର ପରେ ମା ଓ ଛୁଆ ଭାଲୁ ପୁଣି ଗାଁରେ ପଶିଥିଲେ। ଗାଁ ଲୋକ ଘଉଡାଇବାରୁ ମୁର୍ତୁମା ଜଙ୍ଗଲ ଭିତରକୁ ଚାଲିଯାଇଛନ୍ତି। ଭାଲୁ ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।