ଥିଓସୋଫିକାଲ୍ ଅର୍ଡର ଅଫ୍ ସର୍ଭିସ୍ ଓଡ଼ିଶା ରିଜିୟନ୍ର ଷଷ୍ଠତମ ଆଞ୍ଚଳିକ ସମ୍ମିଳନୀ, ଡ. ଅଚ୍ୟୁତ ସାମନ୍ତଙ୍କୁ ବେସାନ୍ତ ସେଲଫଲେସ୍ ସର୍ଭିସ୍ ଆୱାର୍ଡ
ଭୁବନେଶ୍ବର(କେନ୍ୟୁଜ୍): ମଞ୍ଚେଶ୍ୱର ରୟାଲ କଲେଜ ଅଫ୍ ସାଇନସ୍ ଆଣ୍ଡ ଟେକନୋଲୋଜି ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି ଥିଓସୋଫିକାଲ୍ ଅର୍ଡର ଅଫ୍ ସର୍ଭିସ୍ ଓଡ଼ିଶା ରିଜିୟନ୍ର ଷଷ୍ଠତମ ଆଞ୍ଚଳିକ ସମ୍ମିଳନୀ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିର ସକାରାତ୍ମକ ପରିବର୍ତ୍ତନ ଦ୍ୱାରା ବିଶୃଙ୍ଖଳିତ ମାନବ ସମାଜକୁ କିପରି ଶୃଙ୍ଖଳିତ କରାଯାଇ ପାରିବ, ସେନେଇ ମତ ରଖିଥିଲେ ରାଜ୍ୟପାଳ । ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଏବର୍ଷର ସମ୍ମାନ ଜନକ ପୁରସ୍କାର ବେସାନ୍ତ ସେଲଫଲେସ୍ ସର୍ଭିସ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ସମ୍ମିଳନୀରେ ୨୫ ଜଣ ଗରିବ ବାଳିକାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବାର୍ଷିକ ବୃତ୍ତି ପ୍ରଦାନ କରାଯାଇଥିଲା । ଏଥିସହ ସଂସ୍ଥା ଦ୍ୱାରା ପରିଚାଳିତ ଧନ୍ଦାମୂଳକ କାର୍ଯ୍ୟକ୍ରରେ ଅଂଶଗ୍ରହଣ କରିବା ଦଳିତ ମହିଳାମାନଙ୍କୁ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ମିଳିଥିବା ଦଶ ହଜାର ଟଙ୍କା ଥିଓସୋଫିକାଲ୍ ସୋସାଇଟ୍କୁ ଦାନ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।