ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ଅନୁଷ୍ଠିତ ହେଲା ଧ୍ୱଜାବତରଣ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ଅନୁଷ୍ଠିତ ହୋଇଛି ଧ୍ୱଜାବତରଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଛନ୍ତି । ଉତ୍ସବରେ ରାଜ୍ୟ ଆରକ୍ଷୀ ବ୍ୟାଣ୍ଡ, ଡ୍ରମର, ଷ୍ଟ୍ରିଙ୍ଗ, ବ୍ରାସ ବ୍ୟାଣ୍ଡ ପ୍ରମୁଖ ସେମାନଙ୍କ ମ୍ୟୁଜିକାଲ କାର୍ଯ୍ୟକ୍ରମ ଦେଖାଇଥିଲେ । ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ଯବାନମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେଷଣ ହୋଇଥିଲା । ଏହାସହ ଜାତୀୟ ପତାକାକୁ ଅବତରଣ କରାଯାଇଛି ।

retreat ceremony

ସବୁଠୁ ବଡ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ପାଇପ ବ୍ୟାଣ୍ଡ ଜାତୀୟ ପୋଲିସ ପାଇପ ବ୍ୟାଣ୍ଡରେ ଭାଗନେବ । ସୂର୍ଯ୍ୟାସ୍ତ ପରେ ଯୁଦ୍ଧ କ୍ଷେତ୍ରରୁ ସୈନ୍ୟମାନେ ଯୁଦ୍ଧରୁ ନିବୃତ ରହିବା ଲାଗି ପୂର୍ବରୁ ଯୁଦ୍ଧବସାନ ବାଦ୍ୟ ସହ ଧ୍ୱଜା ଅବତରଣ କରାଯାଉଥିଲା । ସେହି ପରମ୍ପରାକୁ ବର୍ତ୍ତମାନ ମଧ୍ୟ ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ କରାଯାଇଥାଏ । ଏଥିରେ ପୋଲିସ ଡିଜି ଅଭୟ ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ

You might also like