ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ଜଣକୁ ବାନ୍ଧିବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ

ଆନନ୍ଦପୁର: ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା । ଆକ୍ସନ ମୋଡ଼ରେ ଏବେ ପୋଲିସ । ପୋଲିସକୁ ମାଡ଼ ମାରି ଗାଲ ଫୁଲାଇ ଦେଲେ ଏବେ ଗିରଫ ଭୟରେ ଗାଁରେ ପଡ଼ୁଛି ତାଟି କବାଟ । ଜଣକୁ ବାନ୍ଧିବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ ।
ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ବାଲିପଦା ଗ୍ରାମବାସୀଙ୍କ ପୁଲିସକୁ ଆକ୍ରମଣ କରିଥିଲେ । ଏବେ ଗିରଫ ଭୟରେ ଗାଁରେ ଜଣେ ପୁରୁଷଙ୍କର ମିଳୁନି ଦେଖା । ଗତକାଲି ରାତିରେ ବାଲି ଚୋରା ଚାଲାଣ ରୋକିବାକୁ ନିଯୁକ୍ତ ଥିବା ଦୁଇଜଣ ପୋଲିସ ଫୋର୍ସଙ୍କୁ ଗ୍ରାମବାସୀ ମାନେ ଆକ୍ରମଣ କରିଥଲେ । ଏଥିରେ ଜଣେ ପୁଲିସ ଫୋର୍ସ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ପୁଲିସ ଉପରେ ଆକ୍ରମଣ ପରେ ପୋଲିସ ପ୍ରତିକ୍ରୀୟାଶିଳ ହୋଇଛି। ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗାଁରେ ଚଢାଉ କରି ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିଛନ୍ତି ।
ଆଜି ଗାଁର ଅଧାରୁ ଅଧିକ ଘରେ ତାଲା ଝୁଲୁଥିବା ବେଳେ ଜଣେ ବି ପୁରୁଷ ଗାଁରେ ନଥିବା ଦେଖିବାକୁ ମିଳିଛି । ଯେଉଁ କଛି ବି ମହିଳା ଅଛନ୍ତି ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜଣେ ମହିଳା କବାଟ ନ ଖୋଲିବାରୁ ତାଙ୍କ କବାଟ ଭାଙ୍ଗି ଦେଇ ଘର ଭିତରକୁ ପଶିଥିବା ସେ ମହିଳା ଜଣକ କହିଛନ୍ତି । ଏହା ସହ ତାଙ୍କ ପୁଅ ବୋହୂ ତାଙ୍କୁ ଚାହୁଁନଥିବା ସେ କହିଛନ୍ତି ।
Also Read:ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା, ଫେରିଲା ମହିଳାଙ୍କ ମୃତଦେହ