BEd ନାମ ଲେଖା ବନ୍ଦ, ପର୍ଶୁରାମ ମିଶ୍ର ଶିକ୍ଷା ପ୍ରତିଷ୍ଠାନରେ ଆବଶ୍ୟକ ପଦବୀ ଖାଲି ପଡ଼ିଥିବାରୁ NCETର ନିଷ୍ପତ୍ତି

କେନ୍ୟୁଜ(ବ୍ୟୁରୋ): BED କଲେଜରେ ନୂତନ ନାମ ଲେଖା ବନ୍ଦ। ସମ୍ବଲପୁରରେ ଥିବା ରାଜ୍ୟର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଡ. ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନରେ ଚଳିତ ବର୍ଷ ନାମଲେଖା ବନ୍ଦ ରହିଛି। ଆବଶ୍ୟକ ପଦବୀ ଖାଲି ପଡ଼ିଥିବାରୁ NCET ପକ୍ଷରୁ ନୂତନ ନାମ ଲେଖା ଉପରେ ରୋକ୍ ଲଗାଯାଇଛି। ଏହି ଶିକ୍ଷାନୁଷ୍ଠାନରେ BEdରେ ୧୦୦ ସିଟ୍, MEdରେ ୫୦ ସିଟ୍ ସହ MPhil ଏବଂ PHDରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ହେଲେ ଏଠାରେ ଅଧ୍ୟକ୍ଷ ପଦବୀ ସହ ମୋଟ୍ ୨୭ ଜଣ ଅଧ୍ୟାପକଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫ ଜଣ।
ତେବେ କେବଳ ସମ୍ବଲପୁର ନୁହେଁ, ବରଂ ରାଜ୍ୟର ୧୩ଟି BED କଲେଜରେ ସମାନ ସମସ୍ୟା ଦେଖାଦେଇଥିବା ଜଣାପଡ଼ିଛି। ସେପଟେ ଗରିବ ମେଧବୀ ଛାତ୍ରଛାତ୍ରୀ ଅର୍ଥ ଖର୍ଚ୍ଚ କରି ବେସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ିବା ସମ୍ଭବ ନଥିବାରୁ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେବା ନିହାତି ଆବଶ୍ୟକ ବୋଲି ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷା ମତ ଦେଇଛନ୍ତି।