ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ଖାଲି ପଡିଛି ବେଡ, ଆଇସୋଲେସନରେ ଅଛନ୍ତି ୮୫ ପ୍ରତିଶତ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ଆକ୍ଟିଭ କେସ୍‌ରେ ୮୫ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି। କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ରହିଛନ୍ତି ୧୫ ପ୍ରତିଶତ ସଂକ୍ରମିତ। ୧୭ ତାରିଖ ସୁଦ୍ଧା ରାଜ୍ୟରେ ଆକ୍ଟିଭ କେସ୍‌ ଥିଲା ୯୩ ହଜାର ୫୬୧। ସେଥିରୁ ୭୯ ହଜାର ୪୧୭ ଜଣ ହୋମ ଆଇସୋଲେସନରେ ଥିବା ବେଳେ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ଅଛନ୍ତି ୧୪ ହଜାର ୧୪୪। ରୋଗୀଙ୍କ ପାଇଁ ଥିବା ସାଧାରଣ ବେଡ୍‌ର ପ୍ରାୟ ୪୭ ପ୍ରତିଶତ ଖାଲି ପଡିଛି । କିନ୍ତୁ ୮୦ ପ୍ରତିଶତ ଆଇସିୟୁ ବେଡ୍‌ରେ ରୋଗୀ ଆଡମିଟି ଅଛନ୍ତି । ସେହିପରି ଭେଣ୍ଟିଲେଟରେ ବେଡ୍‌ ପ୍ରାୟ ୩୮ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ସାଧାରଣ ବେଡ୍‌ ସଂଖ୍ୟା ୯୫୮୧ ଥିବା ବେଳେ ୫୧୩୦ ବେଡ୍‌ରେ ରୋଗୀ ଅଛନ୍ତି। ଅର୍ଥାତ ୫୩.୬୧ ପ୍ରତିଶତ ବେଡ୍‌ରେ ରୋଗୀ ଭର୍ତ୍ତି ଅଛନ୍ତି। ଉପଲବ୍ଧ ଥିବା ୩ ହଜାର ୪୯ ଆଇସିୟୁ-ଏଚ୍‌ଡିୟୁ ବେଡ୍‌ରେ ୨ ହଜାର ୪୬୨ ଜଣ ରୋଗୀ ଅଛନ୍ତି। ଅର୍ଥାତ ୮୦ ପ୍ରତିଶତ ବେଡ୍‌ରେ ଏବେ ରୋଗୀ ଅଛନ୍ତି। ୯୭୫ ଭେଣ୍ଟିଲେଟର ବେଡ୍‌ ମଧ୍ୟରୁ ୬୦୮ଟିରେ ରୋଗୀ ଚିକିତ୍ସାଧିନ ଅଛନ୍ତି। ଅର୍ଥାତ ପ୍ରାୟ ୬୨ ପ୍ରତିଶତ ଭେଣ୍ଟିଲେଟର ବେଡ୍‌ରେ ରୋଗୀ ଭର୍ତ୍ତି ଅଛନ୍ତି। ପ୍ରାଇଭେଟ୍‌ ଆଇସୋଲେସନ ପାଇଁ ଥିବା ୧୪୩୬ ବେଡ୍‌ରେ ଭର୍ତ୍ତି ହୋଇଛନ୍ତି ୩୮୩। ରାଜ୍ୟରେ ମୋଟ ବେଡ୍‌ ୯୩ ହଜାର ୮୬୩ ଥିବା ବେଳେ ଭର୍ତ୍ତି ହୋଇଛନ୍ତି ୧୪ ହଜାର ୧୪୪।

କୋଭିଡ୍‌ ଚିକିତ୍ସା

-ହୋମ୍‌ ଆଇସୋଲେସନ- ୮୪.୮୮%
– ହସ୍ପିଟାଲ ଓ ସିସିସି- ୧୫.୦୭ %
– ହୋମ୍‌ ଆଇସୋଲେସନ- ୭୯, ୪୧୭
– ହସ୍ପିଟାଲ ଓ ସିସିସି- ୧୪, ୧୪୪

ବେଡ୍‌- ସଂଖ୍ୟା- ରୋଗୀ- ପ୍ରତିଶତ

ସାଧାରଣ- ୯୫୮୧- ୫୧୩୦- ୫୩.୬୧
ଆଇସିୟୁ/ଏଚ୍‌ଡିୟୁ- ୩୦୪୯- ୨୪୬୨- ୮୦.୭୫
ଭେଣ୍ଟିଲେଟର- ୯୭୫-୬୦୮- ୬୨.୩୬
ସିସିସି-ସିସିଏଚ୍‌- ୨୮୬୪୭- ୬୫୫୨-୨୨.୮୭
ଟିଏମ୍‌ସି- ୫୧,୧୫୦- ୪୨୮୬- ୮.୩୮

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.