ନବରଙ୍ଗପୁର: କୂଅରେ ପଡ଼ି ମରିଗଲା ଭାଲୁ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ମେରନାଶ ଗାଁର ଏକ ପରିତ୍ୟକ୍ତ କୂଅରେ ପଡ଼ି ଭାଲୁର ଜୀବନ ଯାଇଛି । ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି କୂଅରେ ପଡିଯାଇଥିଲା । ଗାଁ ଲୋକ ଜାଣିଲା ବେଳକୁ ଭାଲୁଟି ମୃତ୍ୟୁ ହୋଇସାରିଥିଲା । ଆଜି ଭାଲୁର ବ୍ୟବଚ୍ଛେଦ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି । ତେବେ ପ୍ରବଳ ଥଣ୍ଡା ପାଣିରେ ପଡ଼ି ଭାଲୁର ଜୀବନ ଯାଇଥିବା ପ୍ରାଥମିକ ତଦନ୍ତ ପରେ କହିଛି ବନବିଭାଗ ।.
ଆହୁରି ପଢ଼ନ୍ତୁ : ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର