ସିଏ ଦେଇଥିଲେ ସିଏ ନିଅନ୍ତୁ, ମୃତ୍ୟୁ ପୂର୍ବରୁ ଠାକୁରଙ୍କୁ ସବୁ ଦେଇ ଦେଲେ ବୃଦ୍ଧ

କେନ୍ୟୁଜ୍(ବ୍ୟୁରୋ):  ଦୁନିଆରେ ଏମିତି ବି ବ୍ଯକ୍ତି ଅଛନ୍ତି ଯିଏ ମୃତ୍ୟୁ ପୂର୍ବରୁରୁ ନିଜ ସମ୍ପତ୍ତିକୁ ଭଗବାନଙ୍କ ନାମରେ ଲେଖି ଅଞ୍ଚଳ ପାଇଁ ଉଦାହରଣ ସାଜିଛନ୍ତି ।ତାଙ୍କ ଏହି ମହାନୀୟତା ପାଇଁ ସ୍ଥାନୀୟ ଲୋକେ ଦେଇଛନ୍ତି ତାଙ୍କୁ ସ୍ନେହ ଓ ଆଦର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବାରିକପଡ଼ାରୁ ଆସିଛି ଏଭଳି ଘଟଣା।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବାରିକପଡ଼ା  ଗାଁର ଶ୍ଯାମ ସୁନ୍ଦର ନିଆଳ । ବୟସର ଅପରାହ୍ନରେ ପାଦ ଦେଇ ମୃତ୍ୟୁର ନିକଟତର ହୋଇଥିବା ଏହି ବୃଦ୍ଧ ଜଣକ ଦେଖାଇଛନ୍ତି ମହନୀୟତା । ପାଖା ପାଖି ୨୦ଲକ୍ଷ ଟଙ୍କାର ନିଜ ସମ୍ପତ୍ତିକୁ ଭଗବାନଙ୍କ ନାରେ ଟେକି ଦେଲେ ।

ପୁଅ ଝିଅ ନ ଥିବା ଓ ନିଜ ସ୍ତ୍ରୀକୁ ହରାଇ ଥିବା ଏହି ବୃଦ୍ଧ ଜଣଙ୍କର କେହି ସାହାରା ନଥିବା ବେଳେ ଭଙ୍ଗା କୁଡିଆରେ ବିତୁଛି ଜୀବନ। ଏବେ   ନିଜ ସମ୍ପତ୍ତି ଦାନ ପରେ ଗାଁର ଲୋକଙ୍କ ପାଇଁ ସାଜିଛନ୍ତି ପ୍ରିୟ ପାତ୍ର । ପୂର୍ବରୁ ସେ ରାଧା କୃଷ୍ଣ ମନ୍ଦିର ନାଁରେ ୧୦ଡିସମିଲ ଓ ଏବେ ଗାଁର ମା ଭଣ୍ଡାରଘରଣିଙ୍କ ନାମରେ ୩ଏକର ୧୫ ଡିସମିଲ୍‌ ଜାଗା ଦାନ କରିଛନ୍ତି । କଟକ ସହରେ ନିଜ ଅସ୍ଥାବର ସମ୍ପତ୍ତିକୁ ଜଣେ ରିକ୍ସା ବାଲାକୁ ଦେଇ ଚର୍ଚ୍ଚାରେ ଥିବା ବେଳେ କଳାହାଣ୍ଡି ଭଳି ଅନୁନ୍ନତ ଅଞ୍ଚଳରେ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିକୁ ଦାନ କରି ଏବେ ଚର୍ଚ୍ଚାରେ ବୃଦ୍ଧ ଶ୍ଯାମ ସୁନ୍ଦର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.