ଅନାସ୍ଥା ଆଲୋଚନା ର୍ପୂବରୁ ଟ୍ଵିଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଅନାସ୍ଥା ଆଲୋଚନା ର୍ପୂବରୁ ଟ୍ଵିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ଆମ ସଂସଦୀୟ ଗଣତନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଦିନ। ସାଥୀ ସାଂସଦମାନେ ଏହି ଅବସରରେ ଏକ ସକରାତ୍ମକ, ବ୍ୟାପକ ଓ ନିରବଚ୍ଛିନ୍ନ ଭାବରେ ଆଲୋଚନାରେ ନିଜ ମତ ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସମ୍ବିଧାନ ନିର୍ମାତାଙ୍କୁ ଶ୍ରେୟ ଦେଇଛନ୍ତି। ଅତି ନିକଟରୁ ସାରା ଭାରତ ଦେଖୁଛି ବୋଲି ଟ୍ଵିଟ୍ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।