ପାର୍ବଣ ଋତୁ ପୂର୍ବରୁ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର, ଚଳଚଞ୍ଚଳ ଭୂତମୁଣ୍ଡାଇ ଗାଁର କୁମ୍ଭକାର ପରିବାର

ଆସୁଛି ପାର୍ବଣ ଋତୁ । ଏଥିପାଇଁ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ହେଲେ ଦିନକୁ ଦିନ ମିଠାମାଟିର ଅଭାବ ଯୋଗୁ ନିଜ କୌଳିକ ବୃତ୍ତିକୁ ହରାଇବାକୁ ବସିଲେଣି କୁମ୍ଭକାର ପରିବାର । ଏହାସହ ମାଟି ତିଆରି ଜିିନିଷର ଚାହିଦା ମଧ୍ୟ କମିବାକୁ ଲାଗିଲାଣି । ଏନେଇ ଚିନ୍ତାରେ ପାରାଦୀପ ଭୁତମୁଣ୍ଡାଇ ଗାଁର କୁମ୍ଭକାର ପରିବାର ।

କିଏ ମାଟି ଚକଟି ଛଣ ବାନ୍ଧୁଛନ୍ତି ତ ଆଉ କିଏ ମୁର୍ତ୍ତିରେ ରଙ୍ଗ ଦେଉଛନ୍ତି । ପରିବାରର ସମସ୍ତେ ଏହି କାମରେ ଲାଗିଛନ୍ତିି କାରଣ ପାଖେଇ ଆସୁଛି ପାର୍ବଣ ଋତୁ ।  ଏହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ପାରାଦୀପ ଭୂତମୁଣ୍ଡାଇ ଗାଁର କୁମ୍ଭକାର ପରିବାର । ବର୍ଷ ସାରା ମାଟିରେ ଛୋଟ ଛୋଟ ଜିନିଷ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି ଏମାନେ । ହେଲେ ଏବେ ମିଠାମାଟିର ଅଭାବକୁ ନେଇ ଚିନ୍ତାରେ କୁମ୍ଭକାର ପରିବାର ।

ଆଖପାଖ ଅଞ୍ଚଳରେ ଏବେ ମିଠାମାଟିର ଅଭାବ ଦେଖାଦେଉଛି । ତେଣୁ ନିକଟରେ ଥିବା ନଦୀ ପଠାରୁ ଲୁଣା ମାଟି ମୂର୍ତ୍ତି ତିଆରିରେ ବ୍ୟବହାର କରୁଛନ୍ତି କାରିଗର । ସେପଟେ ସରକାରୀ ପ୍ରୋତ୍ସହନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଗଲେ ସେମାନେ ଭଲ ଦି ପଇସା ରୋଜଗାର କରି ପାରନ୍ତେ ବୋଲି କହିଛନ୍ତି ଗାଁର ସରପଞ୍ଚ ଓ କୁମ୍ଭକାର ପରିବାର ।