ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କାର୍ଯ୍ଯନୁଷ୍ଠାନ: ଚିଲିକାରେ ଚାଲିଛି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ

ବ୍ରହ୍ମଗିରି(କେନ୍ଯୁଜ୍): ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ । ବ୍ରହ୍ମଗିରି ତହସିଲ ଅଧିନ ସୁନାମୁହଁ ଆରଆଇ ଅଞ୍ଚଳରେ ଗଢ଼ି ଉଠିଛି ଚିଙ୍ଗୁଡି ଘେରି । ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଥାନା ଅଧିକାରୀ ପହଞ୍ଚି ଉଚ୍ଛେଦ ଆରମ୍ଭ କରିଛନ୍ତି ।

ଜେସିବି ମାଧ୍ୟମରେ ଚିଲିକାର କଣ୍ଟେଇ ଓ କେରାଣ୍ଡିଆ ଚିଙ୍ଗୁଡି ଚାନର ମାଟି ବନ୍ଧକୁ ଭଙ୍ଗାଯାଇଛି । ଏହି ରାସ୍ତାରେ ଲୋ ପାଓ୍ଵାର ଡିନାମାଇଟ୍‌ ବିସ୍ଫୋରଣ ହେବ ବୋଲି ବ୍ରହ୍ମଗିରି ତହସିଲଦାର ସୂଚନା ଦେଇଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.