ରାଜ୍ୟ

ବାରମ୍ବାର ଗୁହାରୀ ପରେ ବି ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ, ଶୀଘ୍ର ସମସ୍ଯା ବୁଝିବାକୁ ଗ୍ରାମବାସୀଙ୍କ ଦାବି

ଟାଙ୍ଗି(କେନ୍ଯୁଜ୍): ନିଜର ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ପ୍ରଶାସନ ପର୍ଯନ୍ତ ଗୁହାରି କରି ଥକି ଗଲେଣି । କିନ୍ତୁ ଆଜି ପର୍ଯ୍ଯନ୍ତ କିଛିବି ମିଳିନି ସୁଫଳ । ଏହେଉଛି ପାତ୍ରପଡା ଆଦିବାସୀ ସାହିର ୨ ବିଧବା ମହିଳା ଓ ୩ ଜଣ ବୟୋଜ୍ଯେଷ୍ଠ ମହିଳାଙ୍କ କଥା। ଯିଏକି ଦୀର୍ଘ ୨ବର୍ଷ ହେଲାଣି ଭତ୍ତା ପାଇବାରୁ ବଞ୍ଚିତ ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ନୂଆ ଗଡ଼ ପଞ୍ଚାୟତ ପାତ୍ରପଡା ଆଦିବାସୀ ଶବର ସାହିରେ ରୁହନ୍ତି ୩୦ରୁ ୩୫ପରିବାର । ସେମାନଙ୍କର ରୋଜଗାର କହିଲେ ସ୍ଥାନୀୟ ଜଙ୍ଗଲରୁ କାଠ ଓ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଦୁଇ ପଇସା କମେଇବା । ସେଥିରେ ନିଜ ପରିବାର ଚାଲିବା ସମ୍ଭବ ପରନୁହେଁ । ବହୁ ଅଶିକ୍ଷିତ ଓ ଦାରିଦ୍ର୍ଯତାରେ ଚଳୁଛନ୍ତି ଗ୍ରାମବାସୀ। ସେହି ଗ୍ରାମରେ ରହିଛି ଅନେକ ମୌଳିକ ସମସ୍ଯା । ସେଥିମଧ୍ୟରୁ ନିଜର ନ୍ଯାର୍ଯ୍ଯ ସରକାରୀ ଭତ୍ତା ରୁ ମଧ୍ୟ ଅନେକ ହିତାଧିକାରୀ ବଞ୍ଚିତ । ଏମାନଙ୍କ ଭିତରେ ଅଛନ୍ତି ପ୍ରଭାତୀ ନାୟକ ,ସ୍ବାମୀ ବୀର ନାୟକ । ପ୍ରଭାତୀଙ୍କର ସ୍ବାମୀ ଦୁଇ ବର୍ଷ ତଳୁ ମୃତ୍ୟୁ ବରଣ କଲେଣି । ସେହିଭଳି ମନ୍ଦି ଦେହୁରୀ ସ୍ବାମୀ ବାସୁଦେବ ଦେହୁରୀ । ତାଙ୍କର ସ୍ବାମୀ ମଧ୍ୟ ଦୀର୍ଘ ୧୮ମାସ ତଳେ ମୃତ୍ୟୁ କରିଥିଲେ। କିନ୍ତୁ ଆଜି ପର୍ଯ୍ଯନ୍ତ ଭତ୍ତା ପାଇବାରୁ ଏମାନେ ବଞ୍ଚିତ । ତାହା ସହ ଜେମା ନାୟକ, ଜେମା ଦେହୁରୀ ଭଳି ଅନ୍ଯ କେତକଙ୍କ ବୟସ ୬୫ରୁ ଉର୍ଦ୍ଧ୍ଵ ହୋଇଥିଲେ ସୁଦ୍ଧା ଭତ୍ତା ପାଇପାରୁ ନାହାନ୍ତି

ଅନ୍ଯପଟେ ଆଦିବାସୀ ଅଧ୍ୟୁଷିତ ଅଶିକ୍ଷିତ ଲୋକ ତେଣୁ ତାଙ୍କ ଗୁହାରି କେହି ଶୁଣୁ ନାହାଁନ୍ତି ବୋଲି ଦୁଃଖର ସହ ଏମାନେ କହିଛନ୍ତି । ଏ ସମ୍ପର୍କରେ ବହୁବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ଯନ୍ତ ଗୁହାରି କରିଛନ୍ତି ଏହି ପରିବାର ଲୋକେ ଓ ଗ୍ରାମବାସୀ କିନ୍ତୁ ଫଳ ଶୂନ । ଆମେ ଏ ସମ୍ପର୍କରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ । ତାଙ୍କ କହିବା କଥା ଏଭଳି ଘଟଣା ତାଙ୍କ ନଜରକୁ ଆସିନି । ସମସ୍ତ ଯୋଗ୍ଯ ହିତାଧିକାରୀ ଅନଲାଇନରେ ଆବେଦନ କରି ତାଙ୍କ ସହ ଯୋଗାଯୋଗ କଲେ, ତୁରନ୍ତ ଭତ୍ତା ପାଇବାର ବ୍ଯବସ୍ଥା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।  ତେବେ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ଯନ୍ତ ବିଭିନ୍ନ ଯୋଜନା କରିଛନ୍ତି ହିତାଧିକାରୀଙ୍କ ପାଇଁ । ଏତେ ସବୁ ପରେ ମଧ୍ୟ ସରକାରଙ୍କ ଯୋଜନା କିଛି ମାତ୍ରାରେ ପ୍ରକୃତ ହିତାଧିକାରୀ ନିକଟରେ ଅପହଞ୍ଚ । ଯାହା ନିହାତୀ ଅନୁତାପର ବିଷୟ।

 

Sonalisa

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

10 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

21 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

29 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

45 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

54 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago